ଏମିତି କଲେ ପଢାରେ ଲାଗିବ ମନ

ପିଲାଙ୍କ ଷ୍ଟଡି ରୁମ୍‌ରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଏହି ରୁମ୍‌ରେ ଭଙ୍ଗା ଖେଳଣା ପଡି ରହିବା ଭଲ ନୁହେଁ। ଏହା ନକାରାତ୍ମକ ଉର୍ଜା ବଢାଇଥାଏ। ଏହାଛଡା ଏହି ରୁମ୍‌ରେ ଭୁଲ୍‌ରେ ବି ବନ୍ଦ ହୋଇଯାଇଥିବା ଘଣ୍ଟା ରଖନ୍ତୁ ନାହିଁ। ଷ୍ଟଡି ରୁମ୍‌ ସହ ଷ୍ଟଡି ଟେବୁଲ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ। ଟେବୁଲ୍‌କୁ ସଫା ରଖନ୍ତୁ। ଅନାବଶ୍ୟକ ସାମଗ୍ରୀ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକ ଉର୍ଜା ବଢେ ଏବଂ ପଢାରେ ମନ ଲାଗି ନ ଥାଏ। ଟେବୁଲରେ କ୍ରିଷ୍ଟାଲ୍‌ର ଜିନିଷ, ଏଜୁକେସନ୍‌ ଟାୱାର, କାଚର ହନୁମାନ କିମ୍ବା ଗଣେଶ ମୂର୍ତ୍ତି, ପିରାମିଡ ଓ ପ୍ରିଜମ୍‌ ରଖିପାରିବେ। ବାସ୍ତୁଶାସ୍ତ୍ର ଅନୁସାରେ ପଢାଘରେ ସକାରାତ୍ମକ ଉର୍ଜା ପାଇଁ ପଢାରୁମ୍‌ର ଦକ୍ଷିଣ-ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାନ୍ତୁ। ଉତ୍ତର-ପୂର୍ବ ଦିଗରେ ଫିଶ୍‌ ଆକ୍ୱାରିୟମ୍‌ ରଖିପାରିବେ।
ପଢାଘରର ପୂର୍ବ କାନ୍ଥ ସଫା ରହିବା ଜରୁରୀ। ଏହାବାଦ ରୁମ୍‌ରେ ସବୁଜ ବଲ୍‌ବ, ସୁଜ ଗଛ, ସବୁଜ ପିରାମିଡ ପୂର୍ବ ଦିଗରେ ରଖିପାରିବେ। ବାମ୍ବୁ ପ୍ଲାଣ୍ଟ ବି ରଖବପାରିବେ। ଏହାଦ୍ୱାରା ନକାରାତ୍ମକ ଉର୍ଜା ବଢିଥାଏ। ଆଉ ପିଲାଙ୍କ ମନ ପଢାରେ ଲାଗିଥାଏ।