କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସକୁ ଗୁରୁତ୍ୱ

ଭୁବନେଶ୍ୱର,୧୧।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ପକ୍ଷରୁ ଏକ ନୂତନ ତଥା ଅତ୍ୟାଧୁନିକ ଇ-ଫର୍କ ଲିଫ୍ଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାବେଳେ ଏଫ୍‌ଏଏମ୍‌ଡିର ଫେରୋ କ୍ରୋମ୍‌ ରପ୍ତାନି କାର୍ଯ୍ୟରେ ବ୍ୟବହାର ପାଇଁ ଏହାକୁ ନିୟୋଜିତ କରାଯାଇଛି। ଏପରିକି କମ୍ପାନୀର କଣ୍ଟେନର ଫ୍ରେଟ୍‌ ଷ୍ଟେଶନ (ସିଏଫ୍‌ଏସ୍‌) ପାର୍ଟନର ଜରିଆରେ ଭାଇଜାଗ (ଆନ୍ଧ୍ରପ୍ରଦେଶ)ର ଭିପିଏଲ୍‌ କଣ୍ଟେନର ଫ୍ରେଟ୍‌ ଷ୍ଟେଶନରେ ଇ-ଫର୍କ ଲିଫ୍ଟ କାର୍ଯ୍ୟକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଇଜାଗ୍‌ ପ୍ରୋଫାଇଲ୍‌ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଇ.ଶଙ୍କର ରାଓ, ଟାଟା ଷ୍ଟିଲ୍‌ ଲଜିଷ୍ଟିକ୍ସର (ଏଫ୍‌ଏଏମ୍‌ଡି) ମୁଖ୍ୟ ଅମିତ ଚୌବେ, ପୋର୍ଟ ଅପରେଶନ (ଯୋଗାଣ ଶୃଙ୍ଖଳା)ର ବରିଷ୍ଠ ଏରିଆ ମ୍ୟାନେଜର ସୁରେଶ ବାବୁ ରବିପତି ଏବଂ ଟାଟା ଷ୍ଟିଲ୍‌ର ଏରିଆ ମ୍ୟାନେଜର ଲଜିଷ୍ଟିକ୍ସ (ଏଫ୍‌ଜି) ସୌମ୍ୟ ବସୁ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି, ଆମେ ଆମର କାର୍ବନ ଫୁଟ୍‌ପ୍ରିଣ୍ଟକୁ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ପରିବେଶ ଅନୁକୂଳ କାର୍ଯ୍ୟ ପାଇଁ ସର୍ବଦା ପ୍ରୟାସ କରୁଛୁ। ଏପରିକି ଆମର ଫେରୋକ୍ରୋମ ରପ୍ତାନି ଅଭିଯାନରେ ଇଲେକ୍ଟ୍ରିକ୍‌ ରନ ଫର୍କ ଲିଫ୍ଟ ପ୍ରଚଳନ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଆମର ସିଏଫ୍‌ଏସ ପାର୍ଟନର ଏମ୍‌ଏସ୍‌ ଭିପିଏଲ୍‌କୁ ଧନ୍ୟବାଦ ଜଣାଉଛୁ, ଯାହା ଆମର ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବାରେ ଏହା ଆମକୁ ଆହୁରି ସାହାଯ୍ୟ କରିବ। ସେହିଭଳି ଶିଳ୍ପ ପ୍ରକ୍ରିୟାରେ ପରିବେଶ ଦାୟିତ୍ୱ ଏବଂ ଅଭିନବତା ପ୍ରତି ନିଜର ପ୍ରତିବଦ୍ଧତା ସ୍ବରୂପ କମ୍ପାନୀ ଭାଇଜାଗ ପ୍ରୋଫାଇଲସ୍‌ ଲିମିଟେଡ୍‌ ସହଯୋଗରେ ଇ-ଫର୍କ ଲିଫ୍ଟକୁ ବ୍ୟବହାର ସହ କାର୍ବନ ଫୁଟପ୍ରିଣ୍ଟ୍‌କୁ ଆହୁରି ହ୍ରାସ କରିବା ଏବଂ ଏକ ସ୍ବଚ୍ଛ ସବୁଜ ଭବିଷ୍ୟତ ଗଠନରେ ଏହା ଯୋଗଦାନ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri