ଓମିକ୍ରନ ଉପରେ ତୀକ୍ଷ୍ନ ନଜର: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): କରୋନା ନୂଆ ଭାରିଆଣ୍ଟର ସଂକ୍ରମଣ ଉପରେ ଆମେ ତୀକ୍ଷ୍ନ ନଜର ରଖିଛୁ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣ ଓ ସଚେତନତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସୋମବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । କେନ୍ଦ୍ରଠୁ ରାଜ୍ୟ ସରକାର, ସମସ୍ତେ ଏହା ଉପରେ ନଜର ରଖିଛନ୍ତି । ଓଡ଼ିଶାରେ ଏଯାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ କିଛି ବିଦେଶ ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହେବା ଚିନ୍ତା ବଢାଇଛି । ଏହା ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।