୧୨ନଂ. ଜୋନ୍‌ ଉପରେ ନଜର

ବାରିପଦା ଅଫିସ,୧୪ା୨: ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ୧୨ ଓ ୧୩ନଂ. ଜିଲା ପରିଷଦ ଜୋନ୍‌ ହାତେଇବା ପାଇଁ ଭାଜପା ଓ ବିଜେଡି ପ୍ରାର୍ଥୀ ଜୋରସୋରରେ ଲାଗି ପଡ଼ିଛନ୍ତି। ୧୪ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ଏହି ଦୁଇ ଜୋନ୍‌ ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। ବର୍ତ୍ତମାନର ବିଧାୟକ ପ୍ରକାଶ ସୋରେନ ଓ ପ୍ରାକ୍ତନ ଜିଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଆସନ ଦୁଇଟିକୁ ଅକ୍ତିଆର କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ବିଗତ ୨ଟି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୧୨ନଂ. ଜୋନ୍‌ରୁ ବିଜୟୀ ପ୍ରାର୍ଥୀ ଅଧ୍ୟକ୍ଷ ଆସନରେ ବସି ଆସୁଛନ୍ତି। ତେଣୁ ଏହି ଉଭୟ ଦଳ ଫୋକସ୍‌ରେ ରଖି ପ୍ରଚାର ଜୋରଦାର କରିଛନ୍ତି। ୨୦୧୨ରେ ବିଜେଡି ଟିକେଟରେ ପ୍ରକାଶ ସୋରେନ ଓ ୨୦୧୭ରେ ଭାଜପା ପ୍ରାର୍ଥତ୍ନୀ ସୁଜାତା ମୁର୍ମୁ ଉକ୍ତ ଜୋନରୁ ବିଜୟୀ ହୋଇ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଥିଲେ। ପରେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇ ପ୍ରକାଶ ବିଧାୟକ ହୋଇଛନ୍ତି। ଭାଜପା ହାତରୁ ଉଭୟ ଆସନ ଛଡ଼ାଇ ଆଣିବା ପାଇଁ ବିଜେଡିର ତୁଙ୍ଗ ନେତୃବୃନ୍ଦ ଜୋରଦାର ରଣନୀତି ଚଳାଇଛନ୍ତି। ଜିଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ରଣନୀତିକୁ ନେଇ ବିଜେଡିର ପ୍ରାର୍ଥୀମାନେ ପ୍ରଚାର ମଇଦାନରେ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି। ଆସନ୍ତା ୧୬ରେ ଏହି ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ ା
ଭୋଳାଗଡ଼ିଆ, ବଡ଼ପଥରା, ବାଙ୍ଗରା, ଡେଙ୍ଗାମ, ଡୁକୁରା, ଲକ୍ଷ୍ମଣାସାହି ଓ ସପନଚୁଆ ପଞ୍ଚାୟତକୁ ନେଇ ୧୨ନଂ. ଜିଲା ପରିଷଦ ଜୋନ୍‌ ଗଠିତ। ଏହି ଆସନଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୪ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ହୃଦାନନ୍ଦ ମୁର୍ମୁଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ଭାଜପା ପକ୍ଷରୁ ସଞ୍ଜୟ କୁମାର ମୁର୍ମୁ, ଜେଏମ୍‌ଏମ୍‌ର ମହେନ୍ଦ୍ର ସୋରେନ ଓ କଂଗ୍ରେସ ପକ୍ଷରୁ ଜୁଗୁ ମାଝି ନିର୍ବାଚନ ଲଢୁଛନ୍ତି। ଗତ ୨୦୧୭ ନିର୍ବାଚନରେ ଏହି ଆସନଟିରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ।
ସେହପରି ୧୩ନଂ. ଜିଲା ପରିଷଦ ଜୋନ୍‌ଟି ବୃନ୍ଦାବନଚନ୍ଦ୍ରପୁର, ବଡ଼ଫେଣୀ, ବାହାନଡ଼ା, ଧାନଘେରା, ଗଡ଼ିଗଁା ଓ କରକଚିଆ ଆଦି ୬ଟି ପଞ୍ଚାୟତକୁ ନେଇ ଗଠିତ। ୨୦୧୭ ନିର୍ବାଚନରେ ଏହି ଆସନରୁ ମଧ୍ୟ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଚଳିତ ଥର ଆସନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କଂଗ୍ରେସ ପ୍ରାର୍ଥିନୀ ମାୟା ଟୁଡୁଙ୍କ ନାମାଙ୍କନ ପତ୍ର ନାକଚ ହୋଇଯିିବା ପରେ ରଣାଙ୍ଗନରେ ୩ଜଣ ପ୍ରାର୍ଥୀ ରହିଛନ୍ତି। ମିଶନ ଶକ୍ତି ଓ ମା’ ସଂଘର ସଦସ୍ୟା ସୁନୀତି ମାରାଣ୍ଡିଙ୍କୁ ବିଜେଡିି ପ୍ରାର୍ଥୀ କରିଥିବା ବେଳେ ଭାଜପାରୁ ଆନନ୍ଦା ହେମ୍ବ୍ରମ ଓ ଜେଏମ୍‌ଏମ୍‌ରୁ ସରସ୍ବତୀ ମୁର୍ମୁ ନିର୍ବାଚନ ଲଢୁଛନ୍ତି। ବ୍ଲକରେ ଅନେକ ସମସ୍ୟା ରହିଥିବା ବେଳେ ବିଶେଷତଃ ଗମନାଗମନ, ପାନୀୟଜଳ ଓ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାଗୁଡ଼ିକ ସମାଧାନ କରିବା ଦିଗରେ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଏହି ୨ଟି ଜୋନ୍‌ରେ ବିଜେଡିି ଓ ଭାଜପା ମଧ୍ୟରେ ଦ୍ୱିମୁଖି ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଭୋଟରମାନେ କାହା ପଟକୁ ଢ଼ଳୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri