FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧୬ା୭(ବାବୁଲା ପ୍ରଧାନ): ବାଲେଶ୍ୱର କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ବର୍ତ୍ତମାନ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଆଜି ବେଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦେଇଛି। ଏଥିସହ ଭୁବନେଶ୍ୱରରେ ବିଜେଡି ପକ୍ଷରୁ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ବିଜେଡିର ଅନେକ ଆଗ ଧାଡ଼ିର ନେତ୍ରୀ, ନେତା ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର କଂଗ୍ରେସ ସମେତ ୮ଟି ବିରୋଧୀ ଦଳ ମିଶି ଓଡ଼ିଶା ବନ୍ଦ ଡାକରା ଦେଇଛି। ସେଥିରେ ବିଜେଡି ନାହିଁ। ରାଜ୍ୟରେ କଂଗ୍ରେସ ସଂଗଠନ ପୁର୍ବ ଅପେକ୍ଷା ଅଧକ ଶକ୍ତିଶାଳୀ ଧିରେ ଧିରେ ହେଉଛି। ତେଣୁ ଆସନ୍ତାକାଲି ଓଡ଼ିଶା ବନ୍ଦର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିବ। ବିରୋଧୀ ଦଳଗୁଡିକର ଜୋରଦାର ଆନ୍ଦୋଳନ ଯୋଗୁ ସରକାର ଚାପରେ ଅଛନ୍ତି। ଏହିଭଳି ପରିସ୍ଥିତିରେ ଭଞ୍ଜନଗର ବନ୍ଦ କିଭଳି ସଫଳ ହେବ ସେଥିପାଇଁ କଂଗ୍ରେସ ସମେତ ବାମପନ୍ଥୀ ଦଳଗୁଡ଼ିକ ଗୁରୁବାର ଏକାଠି ହୋଇଛି। ଏନେଇ ବାମପନ୍ଥୀ ନେତା ସୋମନାଥ ନାୟକଙ୍କ ବାସଭବନରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ସୋମନାଥ ନାୟକଙ୍କ ସମେତ କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ, ବାମପନ୍ଥୀ ନେତା ଅଭିମନ୍ୟୁ ଗୌଡ଼ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏଥିସହ ଗୁରୁବାର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସେହିଭଳି ନିକଟରେ କଂଗ୍ରେସରେ ମିଶିଥିବା ପୂର୍ବତନ ଭଞ୍ଜନଗର ବ୍ଲକ ଯୁବ ବିଜେଡି ସଭାପତି କୁଲୁ ଭୂୟାଁ, ଟୁଟୁ ପ୍ରଧାନ ପ୍ରଧାନ ମଧ୍ୟ ଆଗାମୀ କାଲି ବନ୍ଦ କିଭଳି ସଫଳ ହେବ ସେଥିପାଇଁ ନିଜ ସମର୍ଥକମାନଙ୍କୁ ଡାକି ଆଜି ଆଲୋଚନା କରିଛନ୍ତି। ଏହାପରେ ସେମାନେ ବିଭିନ୍ନ କାର୍ଯ୍ୟାଳୟକୁ ବୁଲି ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି। ଏଥିସହ ଆସନ୍ତାକାଲି ବାଉଁଶଲୁଣ୍ଡି ଛକରୁ ଏକ ବାଇକ୍‌ ରାଲି ବାହାରି ସହର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷେ ବାଲେଶ୍ୱର କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ବିୟୋଗରେ ବୁଧବାର ତାଙ୍କର ଅମର ଆତ୍ମା ର ସଦ୍‌ଗତି ପାଇଁ ଏକ ଶୋକସଭା ଭଞ୍ଜନଗର ନେକ୍ସଟଜେନ କମ୍ପ୍ୟୁଟର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମାଜିକ କର୍ମୀ ଅରକ୍ଷିତ ପରିଚ୍ଛା ଅଧ୍ୟକ୍ଷତା କରି ଛାତ୍ରୀମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ ପରାମର୍ଶ ଦେଇଥିଲେ ଏଥିସହ ସିଷ୍ଟମର ଅବହେଳା ଯୋଗୁ ଆଜି ଏତେବଡ଼ ଘଟଣା ଘଟିଲା ବୋଲି ଅରକ୍ଷିତ କହିଛନ୍ତି। ପ୍ରଶାନ୍ତ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।
ଏକାଡେମୀର ଛାତ୍ରୀଛାତ୍ର ସୋମ୍ୟାଶ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ସୂଚନାଯୋଗ୍ୟ, ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ହୃଦୟ ବିଦାରକ ଦୃଶ୍ୟ ଇତିମଧ୍ୟରେ ଲୋକଲୋଚନକୁ ଆସିଛି। ଯାହାକି ରାଜ୍ୟବାସୀଙ୍କ ମନକୁ ସ୍ତବ୍ଧ କରିଦେଇଛି। ଛାତ୍ରୀ ଜଣକ ନ୍ୟାୟ ପାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ମିଳି ନ ଥିଲା। ଶେଷରେ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ନିଜେ ନିଜକୁ ଆତ୍ମାହୁତି ଦେବାକୁ ମଧ୍ୟ ପଛାଇ ନ ଥିଲେ। ଯାହାକି ଚିନ୍ତାଜନକ ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri