FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧୬ା୭(ବାବୁଲା ପ୍ରଧାନ): ବାଲେଶ୍ୱର କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ବର୍ତ୍ତମାନ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଆଜି ବେଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦେଇଛି। ଏଥିସହ ଭୁବନେଶ୍ୱରରେ ବିଜେଡି ପକ୍ଷରୁ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ବିଜେଡିର ଅନେକ ଆଗ ଧାଡ଼ିର ନେତ୍ରୀ, ନେତା ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର କଂଗ୍ରେସ ସମେତ ୮ଟି ବିରୋଧୀ ଦଳ ମିଶି ଓଡ଼ିଶା ବନ୍ଦ ଡାକରା ଦେଇଛି। ସେଥିରେ ବିଜେଡି ନାହିଁ। ରାଜ୍ୟରେ କଂଗ୍ରେସ ସଂଗଠନ ପୁର୍ବ ଅପେକ୍ଷା ଅଧକ ଶକ୍ତିଶାଳୀ ଧିରେ ଧିରେ ହେଉଛି। ତେଣୁ ଆସନ୍ତାକାଲି ଓଡ଼ିଶା ବନ୍ଦର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିବ। ବିରୋଧୀ ଦଳଗୁଡିକର ଜୋରଦାର ଆନ୍ଦୋଳନ ଯୋଗୁ ସରକାର ଚାପରେ ଅଛନ୍ତି। ଏହିଭଳି ପରିସ୍ଥିତିରେ ଭଞ୍ଜନଗର ବନ୍ଦ କିଭଳି ସଫଳ ହେବ ସେଥିପାଇଁ କଂଗ୍ରେସ ସମେତ ବାମପନ୍ଥୀ ଦଳଗୁଡ଼ିକ ଗୁରୁବାର ଏକାଠି ହୋଇଛି। ଏନେଇ ବାମପନ୍ଥୀ ନେତା ସୋମନାଥ ନାୟକଙ୍କ ବାସଭବନରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ସୋମନାଥ ନାୟକଙ୍କ ସମେତ କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ, ବାମପନ୍ଥୀ ନେତା ଅଭିମନ୍ୟୁ ଗୌଡ଼ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏଥିସହ ଗୁରୁବାର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସେହିଭଳି ନିକଟରେ କଂଗ୍ରେସରେ ମିଶିଥିବା ପୂର୍ବତନ ଭଞ୍ଜନଗର ବ୍ଲକ ଯୁବ ବିଜେଡି ସଭାପତି କୁଲୁ ଭୂୟାଁ, ଟୁଟୁ ପ୍ରଧାନ ପ୍ରଧାନ ମଧ୍ୟ ଆଗାମୀ କାଲି ବନ୍ଦ କିଭଳି ସଫଳ ହେବ ସେଥିପାଇଁ ନିଜ ସମର୍ଥକମାନଙ୍କୁ ଡାକି ଆଜି ଆଲୋଚନା କରିଛନ୍ତି। ଏହାପରେ ସେମାନେ ବିଭିନ୍ନ କାର୍ଯ୍ୟାଳୟକୁ ବୁଲି ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି। ଏଥିସହ ଆସନ୍ତାକାଲି ବାଉଁଶଲୁଣ୍ଡି ଛକରୁ ଏକ ବାଇକ୍‌ ରାଲି ବାହାରି ସହର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷେ ବାଲେଶ୍ୱର କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ବିୟୋଗରେ ବୁଧବାର ତାଙ୍କର ଅମର ଆତ୍ମା ର ସଦ୍‌ଗତି ପାଇଁ ଏକ ଶୋକସଭା ଭଞ୍ଜନଗର ନେକ୍ସଟଜେନ କମ୍ପ୍ୟୁଟର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମାଜିକ କର୍ମୀ ଅରକ୍ଷିତ ପରିଚ୍ଛା ଅଧ୍ୟକ୍ଷତା କରି ଛାତ୍ରୀମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ ପରାମର୍ଶ ଦେଇଥିଲେ ଏଥିସହ ସିଷ୍ଟମର ଅବହେଳା ଯୋଗୁ ଆଜି ଏତେବଡ଼ ଘଟଣା ଘଟିଲା ବୋଲି ଅରକ୍ଷିତ କହିଛନ୍ତି। ପ୍ରଶାନ୍ତ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।
ଏକାଡେମୀର ଛାତ୍ରୀଛାତ୍ର ସୋମ୍ୟାଶ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ସୂଚନାଯୋଗ୍ୟ, ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ହୃଦୟ ବିଦାରକ ଦୃଶ୍ୟ ଇତିମଧ୍ୟରେ ଲୋକଲୋଚନକୁ ଆସିଛି। ଯାହାକି ରାଜ୍ୟବାସୀଙ୍କ ମନକୁ ସ୍ତବ୍ଧ କରିଦେଇଛି। ଛାତ୍ରୀ ଜଣକ ନ୍ୟାୟ ପାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ମିଳି ନ ଥିଲା। ଶେଷରେ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ନିଜେ ନିଜକୁ ଆତ୍ମାହୁତି ଦେବାକୁ ମଧ୍ୟ ପଛାଇ ନ ଥିଲେ। ଯାହାକି ଚିନ୍ତାଜନକ ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?