FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା: କଂଗ୍ରେସ-ସିପିଆଇର ବନ୍ଦ ପାଳନ

ପୁରୁଷୋତ୍ତମପୁର,୧୭ା୭(ସିମାଞ୍ଚଳ ମିଶ୍ର): ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହୋଇଛି। କଂଗ୍ରେସ ଓ ସିପିଆଇ, ସିପିଏମ୍‌ କର୍ମୀମାନେ ମିଳିତ ଭାବରେ ଆସିକା-ହୁମ୍ମା – ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କାଳୀମନ୍ଦିରଛକଠାରେ ରାସ୍ତା ଉପରେ ଦଉଡ଼ି ବାନ୍ଧି ଅବରୋଧ କରି ଧାରଣାରେ ବସିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ଶୋଭାଯାତ୍ରାରେ ଯାଇ ବ୍ଲକ, ତହସିଲ, ସ୍କୁଲ, କଲେଜ, ବ୍ୟାଙ୍କ ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରିଥିଲେ। ଏହାସହ ଭାଜପା ସରକାର ବିରୋଧରେ ନାରା ଦେଇ ସୌମ୍ୟାଶ୍ରୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନକରିବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏଥିରେ ବରିଷ୍ଠ ସିପିଆଇ ନେତା ବିପିନ ବିହାରୀ ପଟ୍ଟନାୟକ, ପ୍ରକାଶ ବେହେରା,ସିପିଆଏମ୍‌ ନେତା ବିନୋଦ କୁମାର ଗୌଡ଼, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ବେହେରା, ମନୋରଞ୍ଜନ ଦାଶ,ଚିତ୍ରସେନ ବେହେରା, ଶୁଶାନ୍ତ ଗୌଡ଼ ପ୍ରମୁଖ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଲାଗି ଆଇଆଇସି ରାଜେଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri