ବାଲେଶ୍ୱର,୧୩।୭: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସହପାଠୀ କଶିଷ୍ ଦାସ କହିଛନ୍ତି, କଲେଜରେ ଯୋଗଦେବା ପରେ କ୍ଲାସରେ ବିଭିନ୍ନ ଇସ୍ୟୁ ହେଉଥିବା ନେଇ ସେ ମୋତେ କହିଥିଲେ। କିନ୍ତୁ ମୁଁ ଏହାକୁ ଗୁରୁତ୍ୱର ସହ ନେଇ ପଚାରି ନ ଥିଲି। ଏଚ୍ଓଡିଙ୍କ ପକ୍ଷରୁ ନିର୍ଯାତନା ବଢିବା ପରେ ସେ ଅଫିସ୍କୁ ବହୁବାର ଆସିଥିଲେ। କିନ୍ତୁ କିଛି ନିଷ୍ପତ୍ତି ହୋଇ ନ ଥିଲା। କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଆମେ ସମସ୍ତେ ଏବିଭିପି ପିଲା ତାଙ୍କ ପାଇଁ ଫାଇଟ୍ କରିବାକୁ ଆସିଥିଲୁ। ଏହାପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଧ୍ୟକ୍ଷ କିଛି ସମୟ ମାଗିଥିଲେ। ଆଜି ଆମର ପରୀକ୍ଷା ଥିଲା ସକାଳ ୮ଟା ୩୦ରୁ ୧୦ଟା ୩୦। ସେ ପ୍ରିନ୍ସପାଲଙ୍କ ଅଫିସ୍ ଆସିବେ ବୋଲି ଆମେମାନେ ପରୀକ୍ଷା ସରିବା ପରେ ୨ଘଣ୍ଟା ଅପେକ୍ଷା କରିଥିଲୁ। ମାତ୍ର ସେ ଚାହୁଁଥିଲେ ନିଜେ ପ୍ରିନି୍ସପାଲଙ୍କ ସହ ଏକା କଥା ହେବା ପାଇଁ। ସବୁ ନର୍ମାଲ ଥିବା ଦେଖି ଆମେ ଘରକୁ ପଳାଇ ଯାଇଥିଲୁ। ପରେ ଜାଣିଲୁ କି ଏହି ଘଟଣାରେ ଏଯାବତ୍ କୌଣସି ଆକ୍ସନ ନିଆଯାଇନାହଁି। ବାରମ୍ବାର ଅଫିସ୍କୁ ଆସି ଫେରିବା ପରେ ମାନସିକ ଭାରସାମ୍ୟ ହରାଇ ସେ ନିଜକୁ ଜାଳି ଦେଇଛନ୍ତି ବୋଲି କହିଛନ୍ତି।


