ଏଫଏମ କଲେଜ ଘଟଣା: ରାଗିଗଲେ ସୋଫିଆ, କହିଦେଲେ ବଡ଼କଥା

ବାଲେଶ୍ୱର,୧୩।୭: ଫକୀର ମୋହନ ଅଟୋନୋମସ କଲେଜରେ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବାବେଳେ ସରକାର ଏହାକୁ ନେଇ ନିଘୋଡ଼ ନିଦରେ ରହିଛନ୍ତି।

ସୋଫିଆ କହିଛନ୍ତି, “ଆଉ କେତେ ମହିଳାଙ୍କ ଉପରେ ଅତ୍ୟାଚାର ହେଲେ ଏ ସରକାରର ନିଦ ଭାଙ୍ଗିବ? ଯେତେବେଳେ ପୀଡ଼ିତା ଅଭିଯୋଗ କରିଥିଲେ, କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା?” ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଭାଜପା ସରକାର ଓଡ଼ିଆ ଅସ୍ମିତା ଓ ନାରୀ ସମ୍ମାନର କଥା କହି କ୍ଷମତାକୁ ଆସିଥିଲେ, କିନ୍ତୁ ମାତ୍ର ବର୍ଷକ ଭିତରେ ସେମାନେ ଜନତାଙ୍କୁ ଧୋକା ଦେଇଛନ୍ତି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଭଳି ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଯାହା ଓଡ଼ିଶାର ପ୍ରତିଷ୍ଠାକୁ କଳଙ୍କିତ କରୁଛି। ଆମେ ଛାତ୍ରୀ ଏବଂ ତାଙ୍କ ମାତାପିତାଙ୍କୁ ଭେଟିଛୁ। ଛାତ୍ରୀଙ୍କ ପ୍ରାୟ ୯୫ ପ୍ରତିଶତ ଶରୀର ପୋଡ଼ିି ଯାଇଛି। ସେ ୨୦ଦିନ ପୂର୍ବରୁ ଏନେଇ ଅଭିଯୋଗ କରୁଥିବାବେଳେ ଚଳିତମାସ ୧ରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଛାତ୍ରୀଙ୍କ ଗୁହାରିକୁ ଉକ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ, ପୋଲିସ ପ୍ରଶାସନ, ସ୍ଥାନୀୟ ଏମ୍‌ପି ଶୁଣିଲେ ନାହିଁ। ଉକ୍ତ ଘଟଣାରେ ତୁରନ୍ତ ଉଚ୍ଚଶିକ୍ଷାମନ୍ତ୍ରୀ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ମଧ୍ୟ ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ(ଏଚ୍‌ଓଡି) ଅନୁଚିତ ଅନୁଗ୍ରହ(ଫେବର) ଦେଖାଇବା ଆଳରେ ଜଣେ ଛାତ୍ରୀଙ୍କୁ ବାରମ୍ବାର ମାନସିକ ନିର୍ଯାତନା ସହ ଅସଦାଚରଣ କରୁଥିଲେ। ଏହା ଅସହ୍ୟ ହେବାରୁ ତାହାକୁ ବିରୋଧ କରି ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏପରି କି ଗତ ୭ଦିନ ତଳେ ଛାତ୍ରୀ ଥାନାର ଦ୍ୱାରସ୍ଥ ହୋଇ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ହେଲେ ଇଣ୍ଟରନାଲ କମିଟି ଗଠନ କରାଯାଇଛି କହି କେହି କିଛି ଶୁଣିଲେ ନାହିଁ। ବାଧ୍ୟ ହୋଇ ଛାତ୍ରୀଜଣକ ଶନିବାର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଛାତ୍ରୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ କଲେଜର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ସମୀର ରଞ୍ଜନ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ ଘୋଷ ଏବଂ ଅଧ୍ୟାପକ ସାହୁଙ୍କୁ ନିଲମ୍ବନ କରାଯାଇଛି। ଏଥିସହିତ ଘଟଣାର ତଦନ୍ତ ପାଇଁ ଯୁଗ୍ମ ସଚିବସ୍ତରୀୟ କମିଟି ଗଠନ କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତ ଜଣେ ଛାତ୍ରୀ ଗତ ୧ ତାରିଖରେ ଉକ୍ତ ବିଭାଗର ଏଚ୍‌ଓଡି ସମୀର ରଞ୍ଜନ ସାହୁଙ୍କ ନାମରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଗତ ୬ ମାସ ତଳେ ଅଧ୍ୟାପକ ସାହୁ ଛାତ୍ରୀଙ୍କ ସହ ମନ୍ଦ ଉଦ୍ଦେଶ୍ୟରେ ସମ୍ପର୍କ ରଖିବା ପାଇଁ ଚାହିଁଥିଲେ। ମାତ୍ର ଛାତ୍ରୀଜଣକ ଏଥିରେ ଅରାଜି ହେବାରୁ ଅଧ୍ୟାପକ ସାହୁ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଇଆସୁଥିଲେ। ପ୍ରଥମେ କ୍ଲାସ ଅନୁପସ୍ଥିତିକୁ କେନ୍ଦ୍ର କରି ଫେଲ୍‌ କରିଦେବାର ଧମକ ଦେଇଥିଲେ। ତାଙ୍କର ବ୍ୟକ୍ତିଗତ ଜୀବନର କିଛି ଘଟଣାବଳୀକୁ ତାଙ୍କ ମାତାପିତାଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ଛାତ୍ରୀଜଣକ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମପ୍ରାପ୍ତ ଟ୍ରେନର। ସରକାରୀ ପ୍ରଶିକ୍ଷଣ ଶିବିର ଓ ବ୍ୟକ୍ତିଗତ କାରଣରୁ ସେ ବହୁ ସମୟରେ ଅନୁପସ୍ଥିତ ରୁହନ୍ତି। ଏହି ସୁଯୋଗର ଫାଇଦା ଉଠାଇ ଅଧ୍ୟାପକ ଜଣକ ବାରମ୍ବାର ଛାତ୍ରୀଙ୍କୁ ଅପମାନ କରିବା ସହ ଦୀର୍ଘ ମାସ ଧରି ନିର୍ଯାତନା ଦେଇଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଛାତ୍ରୀଜଣକ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଚ୍‌ଓଡିଙ୍କ ବିରୋଧରେ ଅଧ୍ୟକ୍ଷଙ୍କଠାରେ ଅଭିଯୋଗ କରିବା ପରେ ଅତିରିକ୍ତ ଏସ୍‌ପି ନିରଞ୍ଜନ ବେହେରା, ସହଦେବଖୁଣ୍ଟା ଥାନା ଅଧିକାରୀ ଅଜୟ କୁମାର ମୁର୍ମୁଙ୍କ ଉପସ୍ଥିତିରେ କଲେଜ କର୍ତ୍ତୃପକ୍ଷ ଏ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦିନକ ପରେ ହିଁ ଅଧ୍ୟାପକ ଜଣକ ନିଜ ସହକର୍ମୀ ଏବଂ ଛାତ୍ରୀଛାତ୍ରଙ୍କୁ ପ୍ରବର୍ତ୍ତାଇ ସମ୍ପୃକ୍ତ ଛାତ୍ରୀଙ୍କ ଉପରେ ମାନସିକ ଚାପ ପକାଉଛନ୍ତି ବୋଲି ପୁଣି ସେ ଅଭିଯୋଗ
କରିଥିଲେ।

ଏହି ଘଟଣାରେ ଏବିଭିପି ପକ୍ଷରୁ ସ୍ବର ଉତ୍ତୋଳନ କରାଯାଇ କଲେଜ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପାଇଁ ଦାବି କରାଯାଇଥିଲା। ଏହାପରେ ଛାତ୍ରୀଛାତ୍ର ଏ ସମ୍ପର୍କରେ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସାକ୍ଷାତ୍‌ କରି ଅଭିଯୋଗ ସମ୍ପର୍କରେ ଜଣାଇଥିଲେ। ଏମ୍‌ପି ଷଡ଼ଙ୍ଗୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଲେଜ ଅଧ୍ୟକ୍ଷ ଓ ଏସ୍‌ପିଙ୍କ ସହ କଥା ହୋଇଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ କ’ଣ ହେଲା ଏବଂ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇ ନାହିଁ ବୋଲି ଦାବି କରି ଶନିବାର ଛାତ୍ରୀଛାତ୍ର କଲେଜ ପରିସରରେ ଧାରଣାରେ ବସିଥିଲେ। ତେବେ ଧାରଣା ସମୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଘୋଷ ଉକ୍ତ ଛାତ୍ରୀଙ୍କୁ ଡାକି ଏକୁଟିଆ କିଛି ସମୟ ଆଲୋଚନା କରିଥିଲେ। ହେଲେ ସେଠାରୁ ଫେରିବା ପରେ ଛାତ୍ରୀଜଣକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଇଥିଲେ। ଛାତ୍ରୀଜଣକ ନିଆଁରେ ଜଳି ଯାଉଥିବା ଦେଖି ମଧ୍ୟ ମହାବିଦ୍ୟାଳୟର କର୍ମଚାରୀ ମାନବିକତା ଦେଖାଇ ନ ଥିଲେ। ଛାତ୍ର ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ସେତେବେଳକୁ ଛାତ୍ରୀ ଜଣକ ପ୍ରାୟ ୯୦% ପୋଡ଼ି ଯାଇଥିଲେ। ତୁରନ୍ତ ଉଭୟଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସଦର ବିଧାୟକ ମାନସ କୁମାର ଦତ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ଆହତ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସିଡିଏମ୍‌ଓ ଏବଂ ଏଡିଏମ୍‌ଓଙ୍କ ସହ ଆଲୋଚନା କରିଥିଲେ। ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଏସ୍‌ପି ରାଜ ପ୍ରସାଦ, ଅତିରିକ୍ତ ଏସ୍‌ପି ନିରଞ୍ଜନ ବେହେରା, ସହଦେବଖୁଣ୍ଟା ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ, ଟାଉନ ଥାନା ଅଧିକାରୀ ବିଜୟ କୁମାର ଦାସ ପ୍ରମୁଖ କଲେଜ ପରିସରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରିନ୍ସିପାଲଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଅଭିଯୁକ୍ତ ଏଚ୍‌ଓଡି ସାହୁଙ୍କୁ ତୁରନ୍ତ ଗିରଫ କରାଯାଇଥିଲା।
ଏ ସମ୍ପର୍କରେ ଅଧ୍ୟକ୍ଷ ଘୋଷ କହିଛନ୍ତି, ଘଟଣାକୁ ନେଇ ଛାତ୍ରୀଛାତ୍ର ଧାରଣାରେ ବସିଥିଲେ। ଏକ କମିଟି ଗଠନ କରାଯାଇ ଛାତ୍ରୀଙ୍କ ଅଭିଯୋଗ ମୁତାବକ ତଦନ୍ତ କରାଯାଇଥିଲା। ଧାରଣା ସ୍ଥଳରୁ ଛାତ୍ରୀଙ୍କୁ ଡାକି ଅଫିସ୍‌ରେ ଆଲୋଚନା କରିଥିଲୁ। ଅଫିସ୍‌ରୁ ବାହାରି ମାନସିକ ଭାରସାମ୍ୟ ହରାଇ ସେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆମତ୍ାହୁତି ଉଦ୍ୟମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଛାତ୍ରୀଙ୍କ ଭାଇ କହିଛନ୍ତି, ଅଧ୍ୟାପକ ସମୀର ସାହୁ ବାରମ୍ବାର ତାଙ୍କ ଭଉଣୀଙ୍କୁ ଫେବର ଦେବା ପାଇଁ କହୁଥିଲେ। କ୍ଲାସ୍‌ରେ ଅନୁପସ୍ଥିତ ରହୁଥିବାରୁ ପରୀକ୍ଷାରେ ଫେଲ୍‌ କରିଦେବେ ବୋଲି କହିଥିଲେ। ଏପରିକି ସେ ଥିବା ପର୍ଯ୍ୟନ୍ତ ତାଙ୍କୁ କୌଣସି ମତେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଦେବେ ନାହଁି ବୋଲି ଚେତାବନୀ ଦେଇଥିଲେ। ଏନେଇ ସେ ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ଲାଭ ହେଲା ନାହଁି। ଭଉଣୀର ଯଦି କୌଣସି ପ୍ରକାର ଅଘଟଣ ଘଟେ ସେଥିପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ। ସହପାଠୀ ସୁଶ୍ରୀ ଭୂୟାଁ କହିଛନ୍ତି, ସମ୍ପୃକ୍ତ ଅଧ୍ୟାପକ ବିଭିନ୍ନ ସମୟରେ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରିଥାନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ମାନସିକ ନିର୍ଯାତନା ଦେଇଥାନ୍ତି। ମୋ ସହପାଠୀଙ୍କ ଉପରେ ଖରାପ ନଜର ରଖି ଗତ ୬ମାସ ଧରି ହଇରାଣ ହରକତ କରୁଥିଲେ। ସେ ଅତିଷ୍ଠ ହୋଇ ସାଙ୍ଗମାନଙ୍କୁ ଜଣାଇବା ସହ ଅଧ୍ୟକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲା। ନ୍ୟାୟ ନ ମିଳିବାରୁ ପୁଣି ଧାରଣାରେ ବସିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?