ପୁଣି ଚର୍ଚ୍ଚାରେ FM ମହାବିଦ୍ୟାଳୟ, କଲେଜ କ୍ୟାମ୍ପସରେ ପଶି ଛାତ୍ରୀଙ୍କ ସହ କଲେ…

ବାଲେଶ୍ୱର, ୧୨।୮ (ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଅସୁରକ୍ଷିତ ହୋଇପଡିଛି । ପ୍ରାୟ ଏକ ମାସ ପୂର୍ବରୁ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ମନରୁ ଲିଭି ନ ଥିବା ବେଳେ ସୋମବାର ପୁଣି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ କଲେଜର ଇଷ୍ଟ କ୍ୟାମ୍ପସ ଭିତରକୁ ପଶି ଯାଇ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ଏପରିକି ସେଠାରେ ଥିବା ଛାତ୍ରୀମାନଙ୍କୁ ଯୁବକ ଜଣଙ୍କ ଧମକାଇଥିଲେ । ତେବେ ଏକତରଫା ପ୍ରେମକୁ ନେଇ ଏଭଳି ଘଟିଥିବା ଅନୁମାନ କରାଯାଉଛି। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ନଂ ୨୦୬/୨୫ ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲା ବଡସାହି ଥାନା ଅର୍ନ୍ତଗତ ବଡଗମ୍ଭାରିଆ ଅଂଚଳର ଚନ୍ଦନ କୁମାର ଗିରି (୨୫)। ସୂଚନା ଅନୁସାରେ, ସୋମବାର ଚନ୍ଦନ ହଠାତ ଫକୀରମୋହନ କଲେଜର ଇଷ୍ଟ କ୍ୟାମ୍ପସ ମଧ୍ୟକୁ ପଶି ଯାଇଥିଲେ। ସେହି କ୍ୟାମ୍ପସରେ ଥିବା ଛାତ୍ରୀମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲେ ଏବଂ ପରେ ଚନ୍ଦନ ଉକ୍ତ କଲେଜଛାତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲେ। ଏନେଇ ଟାଉନଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ଯୁକବକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଆଇଆଇସି ବିଜୟ କୁମାର ଦାସ କହିଛନ୍ତି, ଛାତ୍ରୀଙ୍କ ସହ ଅଭିଯୁକ୍ତଙ୍କର ସମ୍ପର୍କ କଣ, ପୂର୍ବରୁ ଚିହ୍ନା ପରିଚୟ ଅଛିକି ନାହିଁ ସେ ନେଇ ତଦନ୍ତ ଚାଲିଛି । ଏକତରଫା ପ୍ରେମରୁ ଯଦି ଏହା ଘଟିଥାଏ, ତେବେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ।

 


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ...

୨୦୨୫-୨୬ ଆର୍ଥିକ ବର୍ଷର ଖରିବ ଧାନ କ୍ରୟ ଶୁଭାରମ୍ଭ

ଲୋଇସିଂହା,୫।୧୨(ସୁଶାନ୍ତ ବାରିକ) ବଲାଙ୍ଗୀର ଡିଏଲ ପିସି ବୈଠକରେ ହୋଇଥିବା ଧାର୍ଯ୍ୟ ତାରିଖ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ଜିଲାର ଲୋଇସିଂହା ପାକ୍ସରୁ ଜିଲ୍ଲାସ୍ତରୀୟ ୨୦୨୫-୨୬ ଆର୍ଥିକ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌

ପାଟଣା,୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର...

ଗଞ୍ଜେଇ ହେରଫେର: ଫୁଲବାଣୀ ସଦର ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ,୫ା୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବନ କରିଛି। ତାଙ୍କ ନାମରେ...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ପୁଟିନଙ୍କ ଭାରତ ଗସ୍ତକୁ ଦେଖି ଚିଡି ଗଲାଣି ପାକିସ୍ତାନ, କହିଲା ଆମର ବି ଏଠିକୁ ଆସୁଛନ୍ତି ରାଜା…

ଇସଲାମାବାଦ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାକିସ୍ତାନବାସୀଙ୍କୁ ଚିନ୍ତାରେ ପକାଇବା ସହ ବିଚଳିତ କରିଛି ଯେ ପୁଟିନ କାହିଁକି କେବେ ସେମାନଙ୍କ ଦେଶକୁ...

ଇଣ୍ଡିଗୋ ବିମାନ ବାତିଲ୍; ନିଜ ରିସେପ୍ସନ୍‌ରେ ଅନ୍‌ଲାଇନ୍ ସାମିଲ ହେଲେ ଓଡ଼ିଶାର ଏହି ଦମ୍ପତି

ଭୁବନେଶ୍ୱର,୫।୧୨: ବିମାନ ବାତିଲ୍ ଯୋଗୁଁ କର୍ଣ୍ଣାଟକର ହୁବଳିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri