ଉଡ଼ନ୍ତା ସାପ ଭଳି ରୋବୋ

ଓ୍ବାଶିଂଟନ୍‌,୧୬ା୧୨:ଆଧୁନିକ ଯୁଗରେ କଳକାରଖାନା ହେଉ ଅବା ରିସର୍ଚ୍ଚ ସେଣ୍ଟର ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ ବଢ଼ିବାରେ ଲାଗିଛି। ରୋବୋ ସାହାଯ୍ୟରେ କମ୍‌ ସମୟରେ ଓ ଅତି ସହଜରେ ଅଧିକ କାମ ହେଉଥିବାରୁ ଅନେକେ ଏହାର ବ୍ୟବହାର ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ବହୁ ରେଷ୍ଟୁରାଣ୍ଟରେ ମଧ୍ୟ ଏବେ ଓ୍ବେଟର୍‌ଙ୍କ ଜାଗା ନେଇ ସାରିଲେଣି ରୋବୋ। ସୁସ୍ବାଦୁ ବ୍ୟଞ୍ଜନ ରାନ୍ଧିବାଠାରୁ ଆରମ୍ଭ କରି ଖାଦ୍ୟ ପରଷିବା ସବୁ କାର୍ଯ୍ୟରେ ବୈଜ୍ଞାନିକ ଜ୍ଞାନକୌଶଳରେ ତିଆରି ହେଉଥିବା ରୋବୋ ନିଜର ପାରଦର୍ଶିତା ଦେଖାଇଛି। ତେବେ ରୋବୋର କାର୍ଯ୍ୟକୁ ଆହୁରି ଫାଷ୍ଟ, ଫର୍‌ଓ୍ବାର୍ଡ କରିବା ସକାଶେ ଆମେରିକାସ୍ଥିତ ଭର୍ଜିନିଆ ୟୁନିଭର୍ସିଟିର ଗବେଷକମାନେ ରିସର୍ଚ୍ଚ ଆରମ୍ଭ କରିଛନ୍ତି।
ଚାଲିବା, ଦୌଡ଼ିବା ସାଙ୍ଗକୁ ରୋବୋ ଏବେ ଉଡ଼ିବ। ଭର୍ଜିନିଆ ୟୁନିଭର୍ସିଟି ଏବଂ ଭର୍ଜିନିଆ ଟେକ୍‌ର ଗବେଷକମାନେ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଉଡ଼ନ୍ତା ସାପ ଯେଉଁଭଳି ଭାବେ ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ଉଡ଼ିଥାଏ ସେଭଳି ରୋବୋ ପକ୍ଷେ କିପରି ଉଡ଼ିବା ସମ୍ଭବପର ହେବ ସେ ଦିଗରେ ଗବେଷକମାନେ ଅଧ୍ୟୟନ କରିଛନ୍ତି। ସେମାନେ ୫୦ରୁ ୮୦ ଫୁଟ ଦୂର ପର୍ଯ୍ୟନ୍ତ ଉଡ଼ୁଥିବା ସାପର ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି। ଉଡ଼ନ୍ତା ସାପଠାରୁ ସଂଗୃହୀତ ତଥ୍ୟକୁ ଗବେଷକମାନେ ନିର୍ମାଣ କରିଥିବା କମ୍ପ୍ୟୁଟେଶନାଲ ମଡେଲ ଉପରେ ପ୍ରୟୋଗ କରୁଛନ୍ତି। ସାପ ଶରୀରରେ ଥିବ କ୍ରସ୍‌ ସେକ୍ସନ୍‌ ତାକୁ ବହୁ ଦୂର ପର୍ଯ୍ୟନ୍ତ ଉଡ଼ିବାରେ ସାହାଯ୍ୟ କରୁଛି। ଉଡ଼ିବା ସମୟରେ ସାପ କଡ଼ ମୋଡ଼ୁଥିବାବେଳେ ଶରୀରର ପଛ ଭାଗରେ ଲୋ’ ପ୍ରେସର୍‌ ଏବଂ ପେଟ ପାଖରେ ହାଇ ପ୍ରେସର୍‌ ତିଆରି ହୁଏ। ଫଳରେ ସାପ ଗୋଟିଏ ପାଖରୁ ଅନ୍ୟ ପାଖକୁ ସହଜରେ ଲମ୍ଫମାରି ଉଡ଼ିଯାଇପାରେ। ଉଡ଼ିବା ଲାଗି ସାପର ଶରୀରର ଗଠନ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗବେଷକମାନେ କହିଛନ୍ତି। ବାୟୁ ମାଧ୍ୟମରେ ସାପ ପରି ରୋବୋକୁ ବହୁ ଦୂର ପର୍ଯ୍ୟନ୍ତ ଉଡ଼ାଇବା କଷ୍ଟକର ହେବ। ଆଗାମୀ ୧୦ ବର୍ଷ ଭିତରେ ଗବେଷକମାନେ ଏ କ୍ଷେତ୍ରରେ ସଫଳତା ପାଇବା ନେଇ ଆଶା ରଖିଛନ୍ତି। ଏହାପରେ ସ୍ପାଇଡ୍‌ର ଓ ଅକ୍ଟୋପସ୍‌ ଭଳି ରୋବୋ ତିଆରି କରିବା ଲାଗି ରୋବୋ କମ୍ପାନୀଗୁଡ଼ିକ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri