Categories: ଫୁରସତ

ଟ୍ରେନ୍‌ରେ ଯୁବତୀ ଦେଲେ ଫ୍ଲାଇଙ୍ଗ୍‌ କିସ୍‌, ଆଉ ତା’ ପରେ…

ସୋସିଆଲ ମିଡଆରେ ଜଣେ ଯୁବତୀ ଏକ ଛୋଟ ପିଲାକୁ ଫ୍ଲାଇଙ୍ଗ୍‌ କିସ୍‌ କରୁଥିବା ସୁନ୍ଦର ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ନ ହସି ରହିପାରିବେନି। ଭିଡିଓରେ ଜଣେ ଯୁବତୀ ଟ୍ରେନ୍‌ରେ ବସିଥିବା ନଜର ଆସିଛନ୍ତି। ତାଙ୍କ ପଛରେ ଛୋଟ ପିଲାଟିଏ ବସିଛି। ଏହି ପିଲାଟିକୁ ଦେଖି ଯୁବତୀ ଜଣଙ୍କ ଫ୍ଲାଇଙ୍ଗ୍‌ କିସ୍‌ କରୁଛନ୍ତି। ଏହା ଦେଖି ଛୋଟ ପିଲାଟି ଲାଜେଇ ମୁହଁରେ ହାତ ଦେଉଥିବା ଦେଖିବାକୁ ମିଳିଛି। ପୁଣି ଯୁବତୀ ଜଣକ ଜିଭ ବାହାର କରି ଚିଡ଼ାଉଛନ୍ତି। ପିଲାଟି ମଧ୍ୟ ଜିଭ ବାହାର କରି ହସୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓଟିକୁ ଟୁଇଟର‌ରେ ନିହାରିକା ଦତ୍ତ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଏଥିରେ କ୍ୟାପ୍‌ଶନ ଲେଖିଛନ୍ତି, ଇଣ୍ଟରନେଟ୍‌ରେ ଆଜିର ସବୁଠୁ ସୁନ୍ଦର ଭିଡିଓ। ଏଥିରେ ଦେଖିବାକୁ ମିଳିଛି ଯୁବତୀ ଜଣକ ଫୋନ୍‌ର ଫ୍ରଣ୍ଟ୍‌ କ୍ୟାମେରା ଅନ୍‌ କରି ଶୁଟ୍‌ କରୁଥିବା ବେଳେ ଏମିତି ଭଙ୍ଗୀ ପ୍ରଦର୍ଶନ କରିଛନ୍ତି। ଯେଉଁଥିରେ ଛୋଟ ପିଲାଟି ଲାଜେଇ ଯାଉଛି।
୧୩ ତାରିଖରେ ଶେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧.୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୧୮ ହଜାରରୁ ଊର୍ଦ୍ଧ୍ୱ ପସନ୍ଦ କରିଥିବାବେଳେ ୩ ହଜାରରୁ ଅଧିକ ୟୁଜର ରିଟୁଇଟ୍‌ କରିଛନ୍ତି। ଲୋକମାନଙ୍କୁ ଏହି ଭିଡିଓ ଖୁବ୍‌ ପସନ୍ଦ ଆସିଛି। ୟୁଜରମାନେ ବହୁତ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

Share