ସୁଖସମୃଦ୍ଧି ଆଣିବ ଫୁଲ

ଫୁଲ କେବଳ ଗଛର ସୌନ୍ଦର୍ଯ୍ୟ ବଢାଏ ତାହା ନୁହେଁ, ବାସ୍ତୁଦୋଷ ଦୂର କରି ଘରକୁ ସୁଖସମୃଦ୍ଧି ଆଣିବାରେ ବି ଅନେକ ସାହାଯ୍ୟ କରିଥାଏ। ତେବେ କେଉଁ ଫୁଲ କି ଶୁଭଫଳ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
* ବାସ୍ତୁଶାସ୍ତ୍ର ଅନୁସାରେ, ଘର ଅଗଣାରେ ମନ୍ଦାର ଗଛ ରହିବା ଅତ୍ୟନ୍ତ ଶୁଭ। ମନ୍ଦାର ଫୁଲ ଘରକୁ ସକାରାତ୍ମକ ଊର୍ଜ୍ଜା ଆଣିଥାଏ।
* ପଦ୍ମ ଫୁଲର ସମ୍ବନ୍ଧ ମାତା ଲକ୍ଷ୍ମୀ ଓ ବୁଦ୍ଧ ଦେବଙ୍କ ସହ ରହୁଥିବାରୁ; ଏହାକୁ ଆଧ୍ୟାତ୍ମିକତାର ପ୍ରତୀକ ବୋଲି କୁହାଯାଇଥାଏ। ଘର ଅଗଣାରେ ହେଉ ଅବା ବାଡିପଟେ ପାଣିକୁଣ୍ଡ କରି ସେଥିରେ ଏହି ଫୁଲ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଘରେ ଗେଣ୍ଡୁ ଗଛ ଲଗାଇବା ଦ୍ୱାରା ମଧ୍ୟ ସୁଖସମୃଦ୍ଧି ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଉଥିବା ଗୋଲାପ ଫୁଲକୁ ବି ଭାଗ୍ୟଶାଳୀ ଫୁଲ ବୋଲି ଅନେକେ କହିଥାନ୍ତି। କାରଣ ଏହାକୁ ଘରେ ଲଗାଇଲେ ସକାରାତ୍ମକ ଊର୍ଜ୍ଜା ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ସୌଭାଗ୍ୟର ପ୍ରତୀକ କୁହାଯାଉଥିବା ଚମ୍ପା ଫୁଲର ଗଛକୁ ବି ଘର ଅଗଣାରେ ଲଗାଇବା ଶୁଭ ହୋଇଥାଏ।
* ପୂଜାରେ ବ୍ୟବହାର କରାଯାଉଥିବା ଗଙ୍ଗଶିଉଳି ଫୁଲ ବି ଘରକୁ ସମୃଦ୍ଧି ଆଣେ। ଏହି ଫୁଲଗଛକୁ ମଧ୍ୟ ଅଗଣାରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।
* ଟଗର ଗଛ ବି ଘରେ ସୁଖଶାନ୍ତି ବୃଦ୍ଧି କରିଥାଏ। ଯାହାଙ୍କ ଅଗଣାରେ ଏହି ଗଛ ରହିଥାଏ ସେଠାରେ ପ୍ରଭୁଙ୍କର ବାସ ହୋଇଥାଏ ବୋଲି ବିଶ୍ୱାସ ରହିଛି।