ରୋଗୀଙ୍କୁ ଘୃଣା କରି ପୁଷ୍ପ ବୃଷ୍ଟି

ଭୁବନେଶ୍ୱର,୨୭।୭ (ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମତିଙ୍କ ଚିକିତ୍ସା ନିମନ୍ତେ କିମ୍ସ ହସ୍ପିଟାଲକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ। ୫୦୦ ସାଧାରଣ ଶଯ୍ୟା ସହ ୪୫ ଆଇସିୟୁ ଶଯ୍ୟାକୁ ନେଇ ଭୁବନେଶ୍ୱର କିମ୍ସ ଦେଶର ପ୍ରଥମ କୋଭିଡ୍‌ ହସ୍ପିଟାଲ ଭାବେ ଗୌରବ ହାସଲ କରିଥିଲା। ଗତ ଏପ୍ରିଲ ୨ରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ସହ ଏପ୍ରିଲ ୫ରେ କରୋନା ପଜିଟିଭ୍‌ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। କିମ୍ସ ହସ୍ପିଟାଲର ଉନ୍ନତମାନର ସେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଶଂସା ମଧ୍ୟ କରିଥିଲେ। ଏଥିସହ କୋଭିଡ୍‌ ପରିଚାଳନା ଦାୟିତ୍ୱରେ ଥିବା ଯୋଦ୍ଧାଙ୍କ ଉପରେ ଭାରତ ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି ମଧ୍ୟ କରାଯାଇଥିଲା। ହେଲେ ଏଠାକାର ବର୍ତ୍ତମାନର ସ୍ଥିତି କିନ୍ତୁ ଭିନ୍ନ। କୋଭିଡ୍‌-୧୯ ଭଳି ସଙ୍କଟପୂର୍ଣ୍ଣ ସମୟରେ କିମ୍ସ ହସ୍ପିଟାଲକୁ ଆସୁଥିବା ରୋଗୀମାନେ କିଭଳି ହଇରାଣ ହେଉଛନ୍ତି, ତାହା କେବେଳ ଜଣେ ଅନୁଭବୀ ହିଁ କହିପାରିବ। କରୋନା ଆଳରେ ଏଠାକୁ ଅନ୍ୟ ରୋଗରେ ପୀଡ଼ିତ ଗୁରୁତର ରୋଗୀଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ ବାଧ୍ୟ କରାଯାଉଛି। ଏପରି କି ରିପୋର୍ଟ ନ ଆସିବା ଯାଏ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉ ନାହିଁ। ହାର୍ଟ, କିଡ୍‌ନୀ ରୋଗୀଙ୍କଠୁ ଆରମ୍ଭ କରି ଗର୍ଭବତୀ ମହିଳା ଓ ହାଡ ଭାଙ୍ଗି ଯାଇଥିବା ଲୋକଙ୍କୁ ତୁରନ୍ତ ସେବା ଦେବା ପରିବର୍ତ୍ତେ ସେମାନଙ୍କୁ କୋଭିଡ୍‌-୧୯ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସନ୍ଦିଗ୍ଧ ଓ୍ବାର୍ଡରେ ରଖାଯାଉଛି। ଏହା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ଆଶ୍ଚର୍ଯର ବିଷୟ ହେଉଛି, କିମ୍ସକୁ କୋଭିଡ୍‌ ହସ୍ପିଟାଲର ମାନ୍ୟତା ମିଳିଥିବା ସତ୍ତ୍ୱେ କୌଣସି ରୋଗୀଙ୍କୁ ନିଜ ବ୍ୟବସ୍ଥାରେ କୋଭିଡ୍‌ ପରhକ୍ଷା କରିବା ପାଇଁ ଏହି ହସ୍ପିଟାଲ ରାଜି ହେଉ ନ ଥିବା କଥା ରୋଗୀ ବଖାଣୁଛନ୍ତି। ଯେଉଁ ରୋଗୀମାନେ ଏନେଇ ପ୍ରତିବାଦ କିମ୍ବା ବିରୋଧର ସ୍ବର ଉତ୍ତୋଳନ କରୁଛନ୍ତି ତାଙ୍କୁ ହସ୍ପିଟାଲରୁ ବିଦା କରି ଦିଆଯାଉଛି। ଏପରିକି କିମ୍ସରେ କାର୍ଯ୍ୟରତ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମଧ୍ୟ ସମ୍ପୃକ୍ତ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେବାକୁ ଅନୁମିତ ଦିଆଯାଉ ନାହିଁ। ଯାହାଫଳରେ ଅନେକେ ବାଧ୍ୟ ହୋଇ ଅନ୍ୟ ହସ୍ପିଟାଲକୁ ଯିବା ଦେଖିବାକୁ ମିଳୁଛି। ଏଭଳି କିଛି ଘଟଣା ଅନୁସନ୍ଧାନରୁ ଜଣାପଡ଼ିଛି।
ଜରୁରୀ କାମରେ ରାଉରକେଲା ଯାଇଥିବା ପ୍ରତିଭା ମହାପାତ୍ର(୭୫) ହଠାତ୍‌ ଛାତିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୮ ତାରିଖରେ ଭୁବେନଶ୍ୱର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପୂର୍ବରୁ କିମ୍‌ସରେ ହୃଦ୍‌ ରୋଗରେ ଚିକିତ୍ସିତ ମଧ୍ୟ ହେଉଥିଲେ। ହେଲେ କୋଭିଡ୍‌-୧୯ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ପୂର୍ବରୁ ଚେକଅପ୍‌ କରୁଥିବା ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବା ଚିକତ୍ସା କରିପାରିବେ ନାହିଁ ବୋଲି କହିଥିଲେ। ଫଳରେ ତାଙ୍କୁ ସନ୍ଦିଗ୍ଧ ଓ୍ବାର୍ଡରେ ରଖାଯାଇ ରକ୍ତ ନମୁନା ନିଆଯାଇଥିଲା। ହେଲେ ୪ ଦିନ ପର୍ଯ୍ୟନ୍ତ ରିପୋର୍ଟ ଆସିଲା ନାହିଁ। ପ୍ରତିଭାଙ୍କ ଯନ୍ତ୍ରଣା ବୃଦ୍ଧି ପାଇବା ସତ୍ତ୍ୱେ ତାଙ୍କୁ ଚିକିତ୍ସା କରାଗଲା ନାହିଁ। ଶେଷରେ ପରିବାର ଲୋକେ ଭୟଭୀତ ହୋଇ ଚିକିତ୍ସା ପାଇଁ ପ୍ରତିଭାଙ୍କୁ ଭୁବନେଶ୍ୱରର ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଭର୍ତ୍ତି ହେବାର ୨ଦିନ ମଧ୍ୟରେ ରକ୍ତ ନମୁନା ପରୀକ୍ଷା କରାଯାଇ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ଆଶ୍ଚର୍ଯ୍ୟଜନକ କଥା ପ୍ରତିଭାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଗଲା ଯେ କୋଭିଡ୍‌ ପରୀକ୍ଷା ପାଇଁ ନିଆଯାଇଥିବା ରକ୍ତ ନମୁନା ଶୁଖିଯାଇଛି। ପୁନର୍ବାର ହସ୍ପିଟାଲ ଆସି ରକ୍ତ ନମୁନା ଦିଅ। ଏଥିରୁ କିମ୍ସ ହସ୍ପିଟାଲର ରୋଗୀ ସେବା ପ୍ରତି ଆନ୍ତରିକତାର ଅଭାବ ସ୍ପଷ୍ଟ ଜଣାପଡିଥିଲା।
ଅନୁରୂପ ଭାବେ ଗତ ୬ ମାସ ଧରି କିମ୍ସର ଗାଇନାକୋଲୋଜି ବିଭାଗରେ ଚେକ୍‌ଅପ କରାଉଥିବା ଜଣେ ଗର୍ଭବତୀ ମହିଳାଙ୍କର ଗତ ୨୦ ଜୁଲାଇ ସନ୍ଧ୍ୟାରେ ପ୍ରସବ ବେଦନା ନେଇ କିମ୍ସ ହସ୍ପିଟାଲରେ ପହଞ୍ଚିଥିଲେ। ସମାନ ଭାବେ ତାଙ୍କୁ ମଧ୍ୟ ଚିକତ୍ସା ନିମନ୍ତେ କୋଭିଡ୍‌ ରିପୋର୍ଟ ଆଣିବାକୁ ବାଧ୍ୟ କରାଯାଇଥିଲା। ତାଙ୍କ ସହ ଥିବା ପରିବାର ଲୋକେ ପଚାରିଲେ, ଏହା ଏକ କୋଭିଡ ହସ୍ପିଟାଲ ହୋଇଥିବା ସତ୍ତ୍ୱେ ଅନ୍ୟତ୍ର ଯିବାର ପ୍ରୟୋଜନ କାହିଁକି ଉଠୁଛି। ହେଲେ ଏହି ଅନୁରୋଧକୁ ଶୁଣିବାକୁ କେହି ପ୍ରସ୍ତୁତ ହେଲେ ନାହିଁ। ଉକ୍ତ ଗର୍ଭବତୀଙ୍କୁ ସେଠାରୁ ନିଆଯାଇ ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା। ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାର ମହିଳାଙ୍କ ଘଟଣାରେ ଗୁରୁତ୍ୱକୁ ଅନୁଭବ କରି ତତ୍‌କ୍ଷଣାତ୍‌ କୋଭିଡ୍‌ ପରୀକ୍ଷା ସହ ଭର୍ତ୍ତି କରି ତାଙ୍କର ପ୍ରସବ କରାଯାଇଥିଲା। ସମ୍ପୂର୍ଣ୍ଣ ସରକାରୀ ଆର୍ଥିକ ସହାୟତା ସହ କୋଭିଡ୍‌ ହସ୍ପିଟାଲ ମାନ୍ୟତା ପାଇଥିଲେ ମଧ୍ୟ ରୋଗୀ ସେବା ପ୍ରତି କିମ୍ସର ବେଖାତିର ଓ ଖାମଖିଆଲ ମନୋଭାବ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ।
ଏଭଳି ଅବ୍ୟବସ୍ଥା ସମ୍ପର୍କରେ କିମ୍ସ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଦେଶ ତଥା ରାଜ୍ୟରେ କରୋନାର ପ୍ରକୋପ ବ୍ୟାପୁଥିବାରୁ ସମସ୍ତ ରୋଗୀଙ୍କୁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏନେଇ ଅନେକ ସମସ୍ୟା ଦେଖାଯାଉଥିଲେ ମଧ୍ୟ ବିନା ଯାଞ୍ଚରେ ଚିକିତ୍ସା ସମ୍ଭବପର ହେଉ ନାହିଁ। ପୂର୍ବରୁ ହାଇଟେକ୍ନୋଲୋଜି ମେଶିନ ନ ଥିବା ସହ ଟେଷ୍ଟର ପରିମାଣ ଅଧିକ ଥିଲା, ଫଳରେ ପରୀକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ଉପୁଜୁଥିଲା ଓ ସମୟ ମଧ୍ୟ ଲାଗୁଥିଲା। ହେଲେ ବର୍ତ୍ତମାନ ଗୋଟିଏ ଟେଷ୍ଟ ପାଇଁ ସ୍ବଳ୍ପ ସମୟ ଲାଗୁଥିବା ବେଳେ ପରୀକ୍ଷା ସଂଖ୍ୟା ମଧ୍ୟ ଅଧିକ ହେଉଛି। ଯାହାକି ଆଗକୁ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବା ସହ ସମସ୍ତେ କିପରି ଚିକତ୍ସା ପାଇପାରିବେ ସେନେଇ ବ୍ୟବସ୍ଥା ହେଉଛି। କାହାକୁ ଜାଣିଶୁଣି ହଇରାଣ କରାଯାଉ ନାହିଁ ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri