Categories: ଫୁରସତ

ଫୁଲର ଏରୋପ୍ଲେନ୍‌

ଦୁବାଇର ମିରାକଲ୍‌ ଗାର୍ଡେନ, ସ୍ବର୍ଗର ଅନୁଭୂତି ଏଇ ପୃଥିବୀରେ ହିଁ ଦେଇଥାଏ। ଚାରିଆଡ଼େ ଫୁଲର ପସରା ସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି। ଯିଏ ଥରେ ଏଠାକୁ ଯାଇଛି ଜୀବନସାରା ଭୁଲିପାରେନା ତା’ର ମନଲୋଭା ସୌନ୍ଦର୍ଯ୍ୟକୁ। ୨୦୧୬ ଡିସେମ୍ବର ୨ ତାରିଖରେ ଏହି ମିରାକଲ୍‌ ଗାର୍ଡେନ୍‌ରେ ତିଆରି ହୋଇଥିଲା ଏମିରେଟ୍‌ ଏୟାରବସ୍‌ ଏ୩୮୦ର ଏକ ଫୁଲ୍‌ ସାଇଜ୍‌ ମଡେଲ। ୭୩ ମିଟର ଲମ୍ବ ବିଶିଷ୍ଟ ଏହି କଳାକୃତିଟି ୫,୦୦,୦୦୦ ସତସତିକା ଫୁଲଗଛରେ ତିଆରି ହୋଇଥିଲା। ଯେତେବେଳେ ଏହି ଗଛରେ ଫୁଲ ଫୁଟିଲା ୫ ମିଲିୟନ ଫୁଲରେ ଏୟାରବସ୍‌ ଏ୩୮୦ ଦେଖାଯାଉଥିଲା ବେଶ୍‌ ରଙ୍ଗିନ୍‌ ଓ ଆକର୍ଷଣୀୟ। ଆଉ ଏହି ଫୁଲର ଏରୋପ୍ଲେନ୍‌ ସବୁଠାରୁ ବଡ଼ ଫ୍ଲାଓ୍ବାର ଆରେଞ୍ଜମେଣ୍ଟଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା।

Share