ସୁପର ଡ୍ୟାନ୍ସର ଚାପ୍ଟର ୪ ଜିତିଲେ ଫ୍ଲୋରିନା

ମୁମ୍ବାଇ, ୧୦ା୧୦: ସୋନି ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଅଲିଟି ଶୋ’ ସୁପର ଡ୍ୟାନ୍ସର ଚାପ୍ଟର-୪ର ବିଜେତା ହୋଇଛନ୍ତି ଆସାମର ଫ୍ଲୋରିନା ଗୋଗଇ। ଟାଇଟଲ ବିଜୟନୀ ୭ ବର୍ଷୀୟା ଫ୍ଲୋରିନାଙ୍କୁ ୧୫ ଲକ୍ଷ ଏବଂ ତାଙ୍କ ମେଣ୍ଟର ତଥା ଗୁରୁ ତୁଷାର ସେଟ୍ଟୀଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିଛି। ପ୍ରଥମ ରନର୍ସ ଅପ୍‌ କର୍ନାଟକର ପୃଥ୍ବୀରାଜ ଓ ତାଙ୍କ ଗୁରୁ ଶୁଭ୍ରନୀଲ ପଲ୍‌ଙ୍କୁ ଲକ୍ଷେ ଟଙ୍କା ଲେଖାଏ ସହ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି।

Share