ଫ୍ଲୋରାଲ୍‌ ଫ୍ୟାଶନ

ଖରାଦିନେ ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ସବୁଠାରୁ ଷ୍ଟାଇଲିଶ୍‌ ପ୍ରିଣ୍ଟ ହେଉଛି ଫ୍ଲୋରାଲ୍‌। ତା’ଛଡ଼ା ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେବା ସହ ସବୁ ପ୍ରକାରର ବଡି ଟାଇପ୍ସକୁ ମଧ୍ୟ ଭଲ ମାନିଥାଏ। ଆଜିକାଲି ଅନେକ ପ୍ରକାରର ଫ୍ୟାଶନ ଆଇଟମ୍ସରେ ବି ଫ୍ଲୋରାଲ୍‌ ପ୍ରିଣ୍ଟ ରହୁଥିବାର ଦେଖିବାକୁ ମିଳୁଛି। ଯେମିତିକି ଶାଢ଼ି, କୁର୍ତ୍ତା, ଫ୍ରକ୍‌, ଜିନ୍ସ ଏପରିକି ଫ୍ଲୋରାଲ୍‌ ପ୍ରିଣ୍ଟବାଲା ଫୁଟ୍‌ଓ୍ବେର୍‌ ଇତ୍ୟାଦି, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ମଧ୍ୟ ଲାଗୁଛି …

ଫ୍ଲୋରାଲ୍‌ ଶାଢ଼ି: ଫ୍ଲୋରାଲ୍‌ ପ୍ରିଣ୍ଟ ବାଲା ଶାଢ଼ି କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୋଇ ନଥାଏ। ଏପରିକି ସେଲିବ୍ରିଟିଙ୍କ ଗହଣରେ ମଧ୍ୟ ଏହି ଶାଢ଼ିର ଚାହିଦା ଖୁବ୍‌ ରହିଥାଏ। କାଜୁଆଲ୍‌ ଆଉଟିଂ ହେଉ କିମ୍ବା ଅଫିସ୍‌କୁ ଗଲାବେଳେ ଫ୍ଲୋରାଲ୍‌ ପ୍ରିଣ୍ଟର ଶାଢ଼ିକୁ ପିନ୍ଧିକି ଗଲେ ଫ୍ରେଶ୍‌ ଲୁକ୍‌ ମିଳିଥାଏ।

ଫ୍ଲୋରାଲ୍‌ କୁର୍ତ୍ତା: ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା କୁର୍ତ୍ତା ବି ଖୁବ୍‌ ସୁନ୍ଦର ଲାଗିଥାଏ। ଏହି କୁର୍ତ୍ତା ସହିତ ମ୍ୟାଚିଂ କଲର୍‌ର ପ୍ଲେନ ଲେଗିଙ୍ଗ୍ସ ପରଫେକ୍ଟ ମ୍ୟାଚ୍‌ କରିଥାଏ; ଯାହାକୁ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ପିନ୍ଧିଲେ କମ୍ଫଟେବଲ୍‌ ଲାଗିଥାଏ। ଅନ୍ୟପକ୍ଷେ ଅନାରକଲି ଷ୍ଟାଇଲ୍‌ର ଫ୍ଲୋରାଲ୍‌ କୁର୍ତ୍ତାକୁ ପାର୍ଟି, ଫଙ୍କଶନ୍‌କୁ ପିନ୍ଧିକି ଗଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

ଫ୍ଲୋରାଲ୍‌ ଫ୍ରକ୍‌: ଫ୍ଲୋରାଲ୍‌ ପ୍ରିଣ୍ଟର ନି ଲେଙ୍ଗ୍‌ଥ ଫ୍ରକ୍‌ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌ କରି ଧଳା ରଙ୍ଗର ଫ୍ରକ୍‌ ଉପରେ ମଲ୍ଟି କଲର୍‌ର ଫ୍ଲୋରାଲ୍‌ ପ୍ରିଣ୍ଟ ଥିଲେ, ବହୁତ ସୁନ୍ଦର ଦେଖାଯାଇଥାଏ। ବିଶେଷକରି କକ୍‌ଟେଲ୍‌ ପାର୍ଟି ହେଉ କିମ୍ବା ସାଙ୍ଗମାନଙ୍କ ସହ ଇଭିନିଙ୍ଗ୍‌ ପାର୍ଟିରେ ଗଲାବେଳେ ଏହି ଟାଇପ୍‌ର ଫ୍ରକ୍‌ ପିନ୍ଧିଲେ, ଡିଫରେଣ୍ଟ ଲୁକ୍‌ ମିଳିଥାଏ।

ଫ୍ଲୋରାଲ୍‌ ଜିନ୍ସ: ଜିନ୍ସର ଚାହିଦା ତ ଯୁବପିଢିଙ୍କ ଭିତରେ ସବୁବେଳେ ରହିଆସିଛି। ଖାସ୍‌କରି ଫ୍ଲୋରାଲ୍‌ ଜିନ୍ସର ଚାହିଦା ଏବେ ଖୁବ୍‌ ରହୁଥିବାର ଦେଖିବାକୁ ମିଳୁଛି। ବିଶେଷକରି ନୀଳ ରଙ୍ଗର ଜିନ୍ସ ହେଉ କିମ୍ବା କଳା ରଙ୍ଗର ଜିନ୍ସରେ ହୋଇଥିବା ଫ୍ଲୋରାଲ୍‌ ପ୍ରିଣ୍ଟ ବହୁତ ସୁନ୍ଦର ଲାଗିଥାଏ। କୁହାଯାଏ, ଫ୍ଲୋରାଲ୍‌ ଜିନ୍ସ ସହ ମ୍ୟାଚିଂ କରି ହାଇ ହିଲ୍‌ ପିନ୍ଧିଲେ କୁଆଡ଼େ ମଡର୍ନ ଲୁକ୍‌ ମିଳିଥାଏ।

ଫ୍ଲୋରାଲ୍‌ ପ୍ୟାଣ୍ଟ: କେବଳ ଜିନ୍ସ ନୁହେଁ, ଏବେ ମାର୍କେଟ୍‌ରେ ଅନ୍ୟ ଫ୍ୟାବ୍ରିକ୍‌ର ଫ୍ଲୋରାଲ୍‌ ପ୍ୟାଣ୍ଟ ବି ମିଳିଲାଣି; ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ପିନ୍ଧିବାକୁ ମଧ୍ୟ କମ୍ଫର୍ଟେବଲ୍‌ ହୋଇଥାଏ। ସେହିପରି ଏହା ସହିତ ମ୍ୟାଚିଂ ଟି-ଶାର୍ଟ ପିନ୍ଧିଲେ ଲୁକ୍‌କୁ ଏହା ଖୁବ୍‌ ଭଲ ମାନିଥାଏ।

ଫ୍ଲୋରାଲ୍‌ ଫୁଟ୍‌ଓ୍ବେର୍‌: କେବଳ ଆଉଟ୍‌ଫିଟ୍‌ ନୁହେଁ ଏବେ ଫ୍ଲୋରାଲ୍‌ ପ୍ରିଣ୍ଟବାଲା ଫୁଟ୍‌ଓ୍ବେର୍‌ ବି ମାର୍କେଟରେ
ମିଳିଲାଣି; ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ପିନ୍ଧିଲେ ଫ୍ରେଶ୍‌ ଲୁକ୍‌ ବି ମିଳିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ସୁସ୍ଥ ହୃତ୍‌ପିଣ୍ଡ ଓ ରକ୍ତଚାପ

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

ଗ୍ରହାଣୁରୁ ଖଣିଜ ଉତ୍ତୋଳନ

ସୌରଜଗତର ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ବସ୍ତୁପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ ଏବଂ…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri