Categories: ଜାତୀୟ

ଫ୍ଲୋର ଟେଷ୍ଟର ଆଉ ଆବଶ୍ୟକତା ନାହିଁ, ବିଧାନସଭା ସଚିବ ଦେଲେ ସୂଚନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ପରେ ବିଧାନସଭା ସଚିବ ରାଜେନ୍ଦ୍ର ଭାଗଓ୍ବତ ସୂଚନା ଦେଇଛନ୍ତି ଯେ, ଆଉ ଫ୍ଲୋର ଟେଷ୍ଟର ଆବଶ୍ୟକତା ନାହିଁ। ସେ ଏସମ୍ପର୍କରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ଫ୍ଲୋର ଟେଷ୍ଟ ହେବ ନାହିଁ।

ଗୁରୁବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ   ଅନୁଷ୍ଠିତ ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ଟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କ ବାସ ଭବନରେ ଭାଜପାର ଏକ ବୈଠକ ଅନୁଷ୍ଟିତ ହେବ। ପରବର୍ତ୍ତୀ ନିଷ୍ପତ୍ତି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ଏବଂ ଫଡ଼ନଭୀସ ନେବେ ବୋଲି କୁହାଯାଇଛି।

Share