ବନ୍ୟା ଭସାଇନେଲା ଯାଆଁଳ

ଢେଙ୍କାନାଳ ଅଫିସ, ୩୧।୮: ଢେଙ୍କାନାଳ ଜିଲା ଗଁଦିଆ ଅଞ୍ଚଳର ମତ୍ସ୍ୟଚାଷୀଙ୍କୁ ଦୁଃଖ ଦେଇଛି ବ୍ରାହ୍ମଣୀ ବନ୍ୟା। ବଢ଼ିପାଣିରେ ଯାଆଁଳ ଭାସିଯାଇଛନ୍ତି। ସୀମିତ ସମ୍ବଳରେ ମାଛଚାଷ କରି ଦୁଇ ପଇସା ରୋଜଗାର ଆଶାରେ ଥିବା ଚାଷୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।
ବ୍ଲକ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ଦାର ପଞ୍ଚାୟତ, କାଲୁରିଆ ପଞ୍ଚାୟତର କେନ୍ଦୁପଡ଼ା, କାଶୀପୁର ପଞ୍ଚାୟତର ଭାଲିଆପାଟ ଗ୍ରାମରେ ବନ୍ୟା ପାଣି ମାଡ଼ିଯିବାରୁ ମାଛଚାଷ ବ୍ୟାପକ କ୍ଷତି ହୋଇଛି। ଭାଲିଆପାଟ ଗ୍ରାମର ୨ ସ୍ବୟଂ ସହାୟକ ଗୋଷ୍ଠୀ ପୋଖରୀରେ ଯାଆଁଳ ଛାଡ଼ିଥିଲେ। ସବୁ ଯାଆଁଳ ବନ୍ୟାପାଣିରେ ଭାସିଯାଇଛି। ମନ୍ଦାର ପଞ୍ଚାୟତ ଚିତ୍ତଲପୁର ଗ୍ରାମର ମାଛଚାଷୀ ଦୁଷ୍ମନ୍ତ ମଲ୍ଲିକଙ୍କ ୫୫ କୁଇଣ୍ଟାଲ ମାଛ ବନ୍ୟା ପାଣିରେ ପଳାଇଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦୁପଡ଼ାର ଅଗ୍ରଣୀ ମତ୍ସ୍ୟଚାଷୀ କ୍ଷୀରୋଦ ଚନ୍ଦ୍ର ସାମଲ ୨ ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରିଥିଲେ। ତାଙ୍କର ୫ ପୋଖରୀରେ ପାଣି ପଶିଯିବାରୁ ୧୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଯାଆଁଳ ଏବଂ ମାଛ ଭାସି ଯାଇଛି। ସୂଚନା ପାଇ ଜିଲା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ଦୀପ୍ତିରଞ୍ଜନ ମହାପାତ୍ର, ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶରତ କୁମାର ଜେନା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ କୁହନ୍ତି, କ୍ଷତି ହୋଇଥିବା ମାଛଚାଷ ସମ୍ପର୍କରେ ଜିଲା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ସହାୟତା ରାଶି ମଞ୍ଜୁର ହେଲେ ଚାଷୀଙ୍କୁ ପ୍ରଦାନ କରାଯିବ।
ସରକାରୀ ସହାୟତାକୁ ଅପେକ୍ଷା
ଗୁରୁବାର ରାତିରେ ହଠାତ୍‌ ନଦୀ ଉଛୁଳି ପାଣି ମାଡ଼ିଆସିଲା। ୫୦ରୁ ୫୫ କୁଇଣ୍ଟାଲ ମାଛ ଭାସିଗଲେ। ଯାଅଁଳ ଏବଂ ମାଛ ମିଶି ଅତିକମ୍‌ରେ ୧୦ଲକ୍ଷ ଟଙ୍କା କ୍ଷତି ହୋଇଛି। ଏବେ ସରକାରୀ ସହାୟତାକୁ ଅପେକ୍ଷା।
– ଦୁଷ୍ମନ୍ତ ମଲ୍ଲିକ,
ଚିତ୍ତଲପୁର
ଅଣ୍ଟା ସଳଖିବାକୁ ସମୟ ଲାଗିବ
୧୦ ଏକର ଜାଗାରେ ମାଛ ଚାଷ କରିଥିଲି। ଆଖି ଆଗରେ ବନ୍ୟାପାଣି ସବୁକିଛି ଭସାଇନେଲା। ୨୦ରୁ ୨୫ଲକ୍ଷ ଟଙ୍କାର କ୍ଷତି ହୋଇଛି। ଅଣ୍ଟା ସଳଖିବାକୁ ସମୟ ଲାଗିବ। ମତ୍ସ୍ୟଚାଷ ପାଇଁ ସରକାରଙ୍କ ପକ୍ଷରୁ ବୀମା ସୁବିଧା ହେବା ଦରକାର ା
– କ୍ଷୀରୋଦ ସାମଲ,
କେନ୍ଦୁପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri