ଭଦ୍ରକରେ ବନ୍ୟା,୧୧୩ ଗାଁ ପ୍ରଭାବିତ

ଭଦ୍ରକ ଅଫିସ, ୨୮ା୮- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ ଏହି ନଦୀର ବିପଦ ସଙ୍କେତ ୧୭.୮୩ ରହିଥିବା ବେଳେ ଗୁରୁବାର ଅପରାହ୍ନ ୫ଟା ସୁଦ୍ଧା ଜଳସ୍ତର ୨୦.୦୨ ମିଟରକୁ ବୃଦ୍ଧି ପାଇଛି। ଫଳରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୯ଟି ପଞ୍ଚାୟତର ୪୧ଟି ଗାଁ ଓ ଧାମନଗର ବ୍ଲକର ୨୦ଟି ପଞ୍ଚାୟତର ୭୨ଟି ଗାଁ ପ୍ରଭାବିତ ହୋଇଛି। ମୁଖ୍ୟତଃ ବୈତରଣୀ ନଦୀକୂଳିଆ ଗାଁ ଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧାମନଗରରୁ ଯାଜପୁର ଯୋଗାଯୋଗ କରୁଥିବା ଦୋବଲ ପୋଲ ଉପରେ ପ୍ରାୟ ୫ ଫୁଟରୁ ଊର୍ଦ୍ଧ୍ୱ ପାଣି ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀରୁ ଯାଜପୁର ଟାଉନ ଯୋଗାଯୋଗ କରୁଥିବା ଶରତାପୋଲ ଉପରେ ପ୍ରାୟ ୮ ଫୁଟ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦୋବଲ ଘୋଷରା ନିକଟରେ ୩ଫୁଟରୁ ଊର୍ଦ୍ଧ୍ୱ ପାଣି ପ୍ରବାହିତ ହେଉଛି। ମୁଖ୍ୟତଃ ଭଣ୍ଡାରିପୋଖରୀ କଣ୍ଟିଘାଇ ଓ ବାଲିପୋଖରୀ ଏସ୍‌କେପ ଦ୍ୱାରା ବନ୍ୟାଜଳ ପ୍ରବେଶ କରି ଜନବସତିକୁ ପାଣି ମାଡ଼ିଚାଲିଛି।
ଜଳ ଘେରରେ ଥିବା ପ୍ରାୟ ୭୦ ଜଣ ଆସନ୍ନ ପ୍ରସବା, ବୃଦ୍ଧା ଓ ଶିଶୁଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। କିଛି ସ୍ଥାନରେ ରନ୍ଧାଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଘରେ ପାଣି ପଶିଯାଇଥିବାରୁ କିଛି ଲୋକଙ୍କ ଘରେ ଚୁଲି ଜଳିପାରୁନାହିଁ। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। କରୋନା ଯୋଗୁ ଘରକୁ ଫେରିଆସିଥିବା ଲୋକେ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ପନିପରିବା ଚାଷ ସହିତ ଧାନ ଚାଷ କରିଥିଲେ କିନ୍ତୁ ଏହି ବନ୍ୟା ଜୀବିକା ବୁଡ଼ାଇ ଦେଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ବହୁ ଚାଷୀ। ଧାମନଗର, ଭଣ୍ଡାରିପୋଖରୀ ପୋଲିସ, ଅଗ୍ନିଶମ କର୍ମଚାରୀ, ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପ୍ରବାବିତ ଅଞ୍ଚଳରେ ମୁତୟନ ହୋଇ ରହିଛନ୍ତି। ଧାମନଗର କାଞ୍ଜିଆପାଳ ଓ ପଙ୍ଗଟାଘାଟ ନିକଟରୁ ଓଡ୍ରାଫ୍‌ ଟିମ୍‌ ଭାସିଯାଉଥିବା ୩ ଜଣଙ୍କୁ ଉଦ୍ଧାର କରି ଆଣିଥିବା ଜଣାପଡ଼ିଛି। ସେହିଭଳି ଧାମନଗର ଓ ଭଣ୍ଡାରିପୋଖରୀ ବନ୍ୟାର ସ୍ଥାୟୀ ପ୍ରତିକାର ହେଉ ନ ଥିବାରୁ ବର୍ଷ ବର୍ଷ ଧରି ଲୋକେ ବନ୍ୟା କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ ଦୋବଲ ଗେଙ୍ଗୁଟି ପୋଲରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri