Categories: ଜାତୀୟ

ଆସାମରେ ବନ୍ୟାସ୍ଥିତି: ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି

ଗୁଆହାଟୀ,୨୫।୬: ଆସାମରେ ବନ୍ୟାସ୍ଥିତି ଅଣାୟତ। ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଥିବା ବେଳେ ୨୮ ଜିଲାର ୩୩.୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏବେବି ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଥିବା ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି। ୧୦ ମୃତକଙ୍କ ମଧ୍ୟରୁ ବାରପେଟା, ଧୁବ୍ରି, କରିମଗଞ୍ଜ ଏବଂ ଉଦଲଗୁରୀ ଜିଲାରୁ ଦୁଇଜଣ, କାଚର ଏବଂ ମୋରିଗାଓଁରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୧୮ ଛୁଇଁଛି । ବନ୍ୟାରେ ପ୍ରଭାବିତଙ୍କୁ ସରକାରଙ୍କ ତରଫରୁ ରିଲିଫ ଯୋଗାଇ ଦିଆଯାଉଛି ।

Share