ଭୂକମ୍ପ ପରେ ଦାଉ ସାଧିଲା ବନ୍ୟା, ୪୦୦ ଲୋକଙ୍କ ମୃତ୍ୟୁ

କାବୁଲ,୨୩ା୬: ଆଫଗାନିସ୍ତାନରେ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିଲା ଭୟଙ୍କର ଭୂକମ୍ପ। ଏଥିରେ ଅନେକ ଲୋକ ମୃତାହତ ହୋଇଥିଲେ। ଭୂକମ୍ପ ପରେ ଦେଶରେ ଏବେ ବନ୍ୟା ଆସିଛି। ଏଥିରେ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି।

ଆଫଗାନିସ୍ତାନର ଜଳ ସଂଶୋଧନ ବିଶେଷଜ୍ଞ ନଜିବୁଲାହ ସାଦିଦ୍‌ କହିଛନ୍ତି, ମୌସୁମୀ ଯୋଗୁ ପ୍ରବଳ ବର୍ଷା ହୋଇଥିଲା। ଫଳରେ ମାଟିଘର ଦୁର୍ବଳ ହୋଇଯାଇଥିଲା। ଫଳରେ ଭୂକମ୍ପରେ ଏହି ଘରଗୁଡ଼ିକ ବିଶେଷ କ୍ଷତି ହୋଇଥିଲା।

କୁନାର, ନାଙ୍ଗରହାର, ନୁରିସ୍ତାନ, ଲଘମନ, ପଞ୍ଜଶିର, କାବୁଲ, କପିସା, ମୈଦାନ, ବାମିୟାନ, ନଜନି, ପାକଟିୟା ଆଦି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ, ଶକ୍ତିଶାଳୀ ଭୂକମ୍ପରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ଅନେକ ଘର ମାଟିରେ ମିଶିଯାଇଛି।

Share