ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭ ଜଣ ଆହତ ହୋଇଥିବାବେଳେ ୬୦୦ ଘର କ୍ଷତିଗ୍ରସ୍ତ ହୋଇଥିବା ତାଲିବାନର ମୁଖପାତ୍ର ଅବଦୁଲ୍ଲାହ ଜନାନ୍‌ ସୈକ୍‌ ସୂଚନା ଦେଇଛନ୍ତି। ସେହିପରି ବନ୍ୟାରେ ୨୦୦ରୁ ଅଧିକ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି। ବନ୍ୟା ପ୍ରଭାବରେ ୮୫ କିଲୋମିଟର ରାସ୍ତା ଓ ୮୦୦ ହେକ୍ଟର କୃଷିଜମି କ୍ଷତିଗ୍ରସ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି। ଖାସକରି ଦେଶର ପଶ୍ଚିମ ଫରାହ, ହେରାତ, ଦକ୍ଷିଣ ଜାବୁଲ ଓ କଣ୍ଡାହାର ଆଦି ପ୍ରଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଆଗାମୀ ଦିନରେ ଏଠାକାର ୩୪ ପ୍ରଦେଶରେ ଅଧିକ ବର୍ଷା ହେବା ଆକଳନ କରାଯାଇଛି।

Share