ପାକିସ୍ତାନରେ ବନ୍ୟା ବିଭୀଷିକା: ଗଲାଣି ହଜାରେ ଜୀବନ

ଇସ୍‌ଲାମାବାଦ୍‌,୨୭।୮: ପାକିସ୍ତାନରେ ବନ୍ୟା ବିଭୀଷିକା ଦେଖାଦେଇଛି। ବନ୍ୟା ଯୋଗୁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦେଶରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ପରିସ୍ଥିତି ଏଭଳି ହୋଇଛି ଯେ, ଏଥିରେ ପ୍ରାୟ ୧ହଜାର ଲୋକଙ୍କ ଜୀବନ ଗଲାଣି। ଯେଉଁଥିରେ ୩୪୩ ପିଲା ସାମିଲ ଅଛନ୍ତି। ଏହି ଭୟଙ୍କର ବନ୍ୟା ଯୋଗୁ ଦେଶର ୩କୋଟି ଲୋକେ ବାସହରା ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ପ୍ରଳୟଙ୍କାରୀ ବନ୍ୟାକୁ ପାକିସ୍ତାନ ସରକାର ଜାତୀୟ ଜରୁରୀ ସ୍ଥିତି(ନ୍ୟାଶନାଲ ଏମର୍ଜେନ୍ସି) ଘୋଷଣା କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ(ଏନ୍‌ଡିଏମ୍‌ଏ) କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଜୁନ ୧୪ପରଠାରୁ ସିନ୍ଧ ପ୍ରଦେଶରେ ସର୍ବାଧିକ ମୃତ୍ୟୁ ଘଟିଛି। ଏଥିସହ କରାଚିରୁ ପଞ୍ଜାବ, ବାଲୁଚିସ୍ତାନ ପର୍ଯ୍ୟନ୍ତ ଅବସ୍ଥା ଏବେ ବି ଚିନ୍ତାଜନକ ରହିଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ ଦେଶର ୭୦ପ୍ରତିଶତ ଅଂଶ ବନ୍ୟା କବଳରେ ରହିଛି ଏବଂ ସିନ୍ଧ ପ୍ରଦେଶରେ ସର୍ବାଧିକ କ୍ଷତି ହୋଇଥିବା ସୂଚନା ରହିଛି। ଅନ୍ୟପଟେ ବନ୍ୟା କ୍ଷତିଗ୍ରସ୍ତ ପାକିସ୍ତାନକୁ ବିଭିନ୍ନ ଦେଶରୁ ସହାୟତା ପହଞ୍ଚିବାରେ ଲାଗିଛି।

Share