ବନ୍ୟା-ଭୂସ୍ଖଳନରେ ୩୧ ମୃତ, ହଜାରେରୁ ଅଧିକ ବେଘର…

ବ୍ରାସିଲିଆ, ୨୯।୫ : ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପେରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟ ସହିତ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। କେତେକ ଲୋକ ମଧ୍ୟ ନିଖୋଜ ରହିଛନ୍ତି। ବନ୍ୟଶ ଷଟଶଘଉ ତ୍ଡଉ ଷଲାକ ଜଳବନ୍ଦୀ ହୋଇ ରହିଛନ୍ତି।

ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି। ଲୋକଙ୍କ ଅସ୍ଥାୟୀ ଆଶ୍ରୟସ୍ଥଳରେ ରଖା ଯାଇଛି। ବନ୍ୟା ପରିସ୍ଥିତି ଯୋଗୁ ହଜାରେରୁ ଅଧିକ ଲୋକ ବେଘର ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଥଇଥାନ ବ୍ୟବସ୍ଥା ଜାରି ରହିଛି।

Share