ସୁବର୍ଣ୍ଣରେଖାରେ ପୁଣି ବନ୍ୟା -୨୫ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୋଗରାଇ, ୨୪।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡ ରାଞ୍ଚତ୍ ମାଳଭୂମି ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହୁଥିବାରୁ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଚାନ୍ଦିଲି ଡ୍ୟାମ୍‌ ସହିତ ଗାଲୁଡିହି, କରକାଇ, ବାଙ୍କବଲ ଆଦି ଜଳାଧାରରୁ ଉଦ୍‌ବୃତ୍ତ ବର୍ଷାଜଳ ପର୍ଯ୍ୟାୟକ୍ରମେ ସୁବର୍ଣ୍ଣରେଖାକୁ ନିଷ୍କାସିତ ହେଉଛି। ଆସନ୍ତା ୨୫ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମଧ୍ୟକୁ ନ ଯିବାକୁ ସତର୍କ କରାଯାଇଛି। ସୁବର୍ଣ୍ଣରେଖାରେ ଜୁଲାଇରୁ ଅଦ୍ୟାବଧି ୩ଟି ମଧ୍ୟମ ଧରଣର ବନ୍ୟା ଆସିଥିବା ବେଳେ ପୁଣି ଏକ ବନ୍ୟା ଉତ୍ତରବାଲେଶ୍ୱବାସୀ ସାମ୍ନା କରିବାକୁ ଯାଉଛନ୍ତି। ଘନ ଘନ ଲଘୁଚାପ ସହ ମୌସୁମୀ ସକ୍ରିୟ ହୋଇ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଉତ୍ତରବାଲେଶ୍ୱର ଜଳାର୍ଣ୍ଣବ ହୋଇଛି। ଏଥିସହିତ ଜଳକା ନଦୀର ଆକସ୍ମିକ ବନ୍ୟା ସହ ସୁବର୍ଣ୍ଣରେଖାର କ୍ରମାଗତ ବନ୍ୟା ଜନଜୀବନକୁ ଦୁର୍ବିଷହ କରିଦେଇଛି।
ବିଗତ ବନ୍ୟା ଓ ବର୍ଷାରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଉବୁଟୁବୁ ହୋଇଥିବା ବେଳ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଗମନାଗମନ ବିଚ୍ଛିନ୍ନ ହୋଇଛି। ଭୋଗରାଇର ୨୦ ପଞ୍ଚାୟତର ଶତାଧିକ ଓ ବାଲିଆପାଳର ୫ ପଞ୍ଚାୟତର ଅନ୍ୟୁନ ୨୦ଟି ଗାଁ ପାଣିରେ ଭାସୁଥିବା ବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ରହିଛନ୍ତି। ମିଆଁମାର ଓ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ପୂର୍ବ ମଧ୍ୟ କେନ୍ଦ୍ରୀୟ ବଙ୍ଗୋପସଗାରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇ ଗାଙ୍ଗେୟ ସମତଳ ଓ ଝାଡ଼ଖଣ୍ଡ ମାଳ ଅଞ୍ଚଳରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଉଥିବାରୁ ଜିଲା ପ୍ରଶାସନ ଲୋକଙ୍କୁ ସତର୍କ କରାଇଛନ୍ତି। ଭୋଗରାଇ, ବାଲିଆପାଳ ତଳିଆ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ପୁଣି ଲଘୁଚାପ ବନ୍ୟା ବିପନ୍ନଙ୍କ ବିପତ୍ତି ବଢ଼ିବାରେ ଲାଗିଛି।
ବୁଧବାର ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳପତ୍ତନ ବୃଦ୍ଧି ପାଇ ୧୦.୩୫ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ଗୁରୁବାର ମଧ୍ୟରାତ୍ରରେ ବିପଦସଙ୍କେତ ୧୦.୩୬ ମିଟର ଊର୍ଦ୍ଧ୍ୱରେ ପ୍ରବାହିତ ହେବ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛି। ପଶ୍ଚିମବଙ୍ଗର କେଲେଘାଇ ନଦୀବନ୍ଧ ଭାଙ୍ଗି ସେଠାରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହି ଉଦ୍‌ବୃତ୍ତ ବର୍ଷା ଜଳ ଭୋଗରାଇ ଧୋୟା ଅଞ୍ଚଳକୁ ମାଡ଼ି ଆସି ଚାଷବାସକୁ ସଙ୍ଗୀନ କରିଛି। ନଦୀର ଉଭୟ ପାର୍ଶ୍ୱରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ସେଚ ବିଭାଗ ତୀକ୍ଷ୍‌ଣ ନଜର ରଖିଥିବା ବେଳେ ଜିଲା ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri