ସୁବର୍ଣ୍ଣରେଖାରେ ପୁଣି ବନ୍ୟା -୨୫ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୋଗରାଇ, ୨୪।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡ ରାଞ୍ଚତ୍ ମାଳଭୂମି ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହୁଥିବାରୁ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଚାନ୍ଦିଲି ଡ୍ୟାମ୍‌ ସହିତ ଗାଲୁଡିହି, କରକାଇ, ବାଙ୍କବଲ ଆଦି ଜଳାଧାରରୁ ଉଦ୍‌ବୃତ୍ତ ବର୍ଷାଜଳ ପର୍ଯ୍ୟାୟକ୍ରମେ ସୁବର୍ଣ୍ଣରେଖାକୁ ନିଷ୍କାସିତ ହେଉଛି। ଆସନ୍ତା ୨୫ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମଧ୍ୟକୁ ନ ଯିବାକୁ ସତର୍କ କରାଯାଇଛି। ସୁବର୍ଣ୍ଣରେଖାରେ ଜୁଲାଇରୁ ଅଦ୍ୟାବଧି ୩ଟି ମଧ୍ୟମ ଧରଣର ବନ୍ୟା ଆସିଥିବା ବେଳେ ପୁଣି ଏକ ବନ୍ୟା ଉତ୍ତରବାଲେଶ୍ୱବାସୀ ସାମ୍ନା କରିବାକୁ ଯାଉଛନ୍ତି। ଘନ ଘନ ଲଘୁଚାପ ସହ ମୌସୁମୀ ସକ୍ରିୟ ହୋଇ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଉତ୍ତରବାଲେଶ୍ୱର ଜଳାର୍ଣ୍ଣବ ହୋଇଛି। ଏଥିସହିତ ଜଳକା ନଦୀର ଆକସ୍ମିକ ବନ୍ୟା ସହ ସୁବର୍ଣ୍ଣରେଖାର କ୍ରମାଗତ ବନ୍ୟା ଜନଜୀବନକୁ ଦୁର୍ବିଷହ କରିଦେଇଛି।
ବିଗତ ବନ୍ୟା ଓ ବର୍ଷାରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଉବୁଟୁବୁ ହୋଇଥିବା ବେଳ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଗମନାଗମନ ବିଚ୍ଛିନ୍ନ ହୋଇଛି। ଭୋଗରାଇର ୨୦ ପଞ୍ଚାୟତର ଶତାଧିକ ଓ ବାଲିଆପାଳର ୫ ପଞ୍ଚାୟତର ଅନ୍ୟୁନ ୨୦ଟି ଗାଁ ପାଣିରେ ଭାସୁଥିବା ବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ରହିଛନ୍ତି। ମିଆଁମାର ଓ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ପୂର୍ବ ମଧ୍ୟ କେନ୍ଦ୍ରୀୟ ବଙ୍ଗୋପସଗାରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇ ଗାଙ୍ଗେୟ ସମତଳ ଓ ଝାଡ଼ଖଣ୍ଡ ମାଳ ଅଞ୍ଚଳରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଉଥିବାରୁ ଜିଲା ପ୍ରଶାସନ ଲୋକଙ୍କୁ ସତର୍କ କରାଇଛନ୍ତି। ଭୋଗରାଇ, ବାଲିଆପାଳ ତଳିଆ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ପୁଣି ଲଘୁଚାପ ବନ୍ୟା ବିପନ୍ନଙ୍କ ବିପତ୍ତି ବଢ଼ିବାରେ ଲାଗିଛି।
ବୁଧବାର ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳପତ୍ତନ ବୃଦ୍ଧି ପାଇ ୧୦.୩୫ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ଗୁରୁବାର ମଧ୍ୟରାତ୍ରରେ ବିପଦସଙ୍କେତ ୧୦.୩୬ ମିଟର ଊର୍ଦ୍ଧ୍ୱରେ ପ୍ରବାହିତ ହେବ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛି। ପଶ୍ଚିମବଙ୍ଗର କେଲେଘାଇ ନଦୀବନ୍ଧ ଭାଙ୍ଗି ସେଠାରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହି ଉଦ୍‌ବୃତ୍ତ ବର୍ଷା ଜଳ ଭୋଗରାଇ ଧୋୟା ଅଞ୍ଚଳକୁ ମାଡ଼ି ଆସି ଚାଷବାସକୁ ସଙ୍ଗୀନ କରିଛି। ନଦୀର ଉଭୟ ପାର୍ଶ୍ୱରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ସେଚ ବିଭାଗ ତୀକ୍ଷ୍‌ଣ ନଜର ରଖିଥିବା ବେଳେ ଜିଲା ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri