ଲଗାଣ ବର୍ଷାରେ ତେଲ ନଦୀ, ଗୋହିରା ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ

ପାଟଣା,୧୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଲଗାଣ ବର୍ଷା ଫଳରେ ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ସାହାରପଡ଼ା ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଗୋଜାପଥର ନିକଟରେ ଗୋହିରା ନାଳ ପୋଲ ଉପରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବ୍ଲକର ୩ଟି ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନୁରୂପ ଭାବେ ଦାମାହୁଦା ଠାକୁରମୁଣ୍ଡା ରାସ୍ତାର କୁମୁଳା ବାହାଳି ରାସ୍ତାର ତେଲ ନଦୀ ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।