ଖୋଲା ଆକାଶ ତଳେ ବିପନ୍ନ

ପୁରୀ ଅଫିସ/କଣାସ(ସ୍ବ.ପ୍ର.),୩ା୯:ପୁରୀ ଜିଲାରେ ବନ୍ୟା ପରିସ୍ଥିତି ସ୍ଥିର ରହିଛି। ଜିଲାର ପ୍ରମୁଖ ନଦୀରେ ଯଦିଓ ବନ୍ୟା ପାଣି ଏତେଟା ବଢୁନାହିିଁ କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସିନାହିିଁ। କାରଣ ପୂର୍ଣ୍ଣିିମା ଯୋଗୁ ସମୁଦ୍ର ପାଣି ଟାଣୁନି। ତେଣୁ ବିଭିନ୍ନ ଅଞ୍ଚଳରୁ ବନ୍ୟାପାଣି ଖସୁ ନ ଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ବିଶେଷକରି କଣାସ ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ବେଶ୍‌ ଗମ୍ଭୀର ଥିବାବେଳେ ପୁରୀ ସଦର, ପିପିଲି ଏବଂ ନିମାପଡ଼ା ଅଞ୍ଚଳରେ ବି ଲୋକେ ସମସ୍ୟାରେ ରହିଛନ୍ତି। କଣାସ ବ୍ଲକର ବହୁ ପରିବାର ଘର ଛାଡ଼ିି ନଦୀବନ୍ଧରେ ଖୋଲା ଆକାଶ ତଳେ ଆଶ୍ରୟ ନେଇଥିବା ବେଳେ ବର୍ଷା ଭୟ ଦେଖାଉଛି।
କଣାସ ବ୍ଲକ ପାଣ୍ଡିଆକେରା ପଞ୍ଚାୟତର ଚାରିପଟେ ଘେରିବନ୍ଧ ରହିଥିବାରୁ ବନ୍ୟାଜଳ ବାହାରି ପାରିନାହିିଁ। ଫଳରେ ନୂଆସାହି, ବାଙ୍କତଳ, ଶିମିଳିପାଟଣା, ଘରଛିଆ, ପାଣ୍ଡିଆକେରା ପ୍ରଭୃତି ଗଁାର ଶହ ଶହ ଘରେ ବନ୍ୟାପାଣି ଲହଡ଼ିି ଭାଙ୍ଗୁଛି। ତେବେ ଜୀବନ ବଞ୍ଚାଇବା ପାଇଁ କିଏ ଛାତ ଉପରେ ତ ଆଉ କିଏ ନଦୀବନ୍ଧରେ ଆଶ୍ରୟ ନେଇଥିବା ବେଳେ ବର୍ଷା ଦାଉ ସାଧିଛି। ମଙ୍ଗଳବାର ରାତିରେ ବର୍ଷା ଯୋଗୁ ବିପନ୍ନମାନଙ୍କ ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଛି। ନଦୀବନ୍ଧରେ ଥିବା ଲୋକେ ବର୍ଷାରେ ଭିଜିଛନ୍ତି। ଘରଛିଆ ଏବଂ ଶିମିଳିପାଟଣାରେ ଡଙ୍ଗା ନ ମିଳିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଦୟା ନଦୀର ଦକ୍ଷିଣ ପାର୍ଶ୍ୱରେ ପାଣି ବନ୍ଧ ଡେଉଁଛି। ଫଳରେ ଜଙ୍କିଆ, ମାଳିସାହି, ହରଷପଡ଼ା, କରମଳା, ଖଣ୍ଡହତା, ବିଜିପୁର ଲୋକେ ଚିନ୍ତିତ ହୋଇପଡ଼ିିଛନ୍ତି। ଡେଲାଙ୍ଗରେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ଲୁଣା ନଦୀର ବନ୍ୟା ପାଣି ମାଡ଼ିି ବହୁ ଗଁା ଜଳମଗ୍ନ ହୋଇଯାଇଛି। ଡେଲାଙ୍ଗ-କଣାସ ଓ ଡେଲାଙ୍ଗ-ଜଟଣୀ ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଚାଲୁଥିବାରୁ ଯାତାୟାତରେ ବାଧା ଉପୁଜିଛି। ଲୋକେ ବି ଦୟନୀୟ ସ୍ଥିତିରେ ରହିଛନ୍ତି। ବୁଧବାର ଅନେକ ରାଜନେତା ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଣାସର କେତେକ ଗଁାକୁ ଯାଇ ବିପନ୍ନଙ୍କୁ ରିଲିଫ ବାଣ୍ଟିଛନ୍ତି।