ହାତୀନଦୀରେ ବନ୍ୟା ସ୍ଥିତି: ରାସ୍ତାରେ ଗଛ ପଡ଼ିଲା, ଘରେ ପାଣି ପଶିଲା

ଭବାନୀପାଟଣା,୪ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ ଦେଖାଦେଇଛି। ଗୁରୁବାର ଦିନତମାମ ପ୍ରବଳ ବର୍ଷା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ମି.ମି. ବର୍ଷା ହୋଇଥିଲା। ସେହିପରି ଜୁନାଗଡ଼ ବ୍ଲକରେ ୨୧୦.୪ମି.ମି., କଲମପୁରରେ ୧୦୮.୩ ମି.ମି., ଏମ୍‌. ରାମପୁରରେ ୧୦୯ମି.ମି., ନର୍ଲାରେ ୧୩୬ ମି.ମି., ଲାଞ୍ଜିଗଡ଼ ୧୧୦.୪ ମି.ମି., ଭବାନୀପାଟଣା ୬୮.୫ ମି.ମି., ଧର୍ମଗଡ଼ ୬୪.୨ମି.ମି., ଜୟପାଟଣା ୭୬ ମି.ମି., ଗୋଲାମୁଣ୍ଡା ବ୍ଲକରେ ୮୧ ମି.ମି. ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁ ଭବାନୀପାଟଣା-ଥୁଆମୂଳ ୪୪ନଂ. ରାଜ୍ୟ ରାଜପଥରେ ଅନେକ ଗଛ ଉପୁଡି ପଡିଥିଲା। ଫଳରେ ଯାନବାହନ ଚଳାଚଳ କିଛି ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଗଛକୁ ହଟେଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ସେହିପରି ମୁଖୀଗୁଡ଼ା-ମହୁଲପାଟଣା ଘାଟି ରାସ୍ତା ବର୍ଷା ଯୋଗୁ ଧୋଇନେବା ସହ ମାଟି ଅତଡା ରାସ୍ତାରେ ପଡ଼ିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ରାମଚନ୍ଦ୍ରପୁର ଅଣ୍ଡର ବ୍ରିଜରେ ପାଣି ଜମିବା ଫଳରେ ଯାତାୟାତ ଠପ୍‌ ହୋଇଯାଇଛି। ଗୋବର୍ଦ୍ଧନପୁର ପଞ୍ଚାୟତ ମୁଖ୍ୟାଳୟର ମଧୁପୁର ଓ ରାମଚନ୍ଦ୍ରପୁର ସହିତ ଗୋପାଳପୁର, ଭାଲୁଚଞ୍ଚରା ଆଦି ଗାଁକୁ ଏକପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଜୁନାଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସହରର ତାଲବନ୍ଦପଡା, ଲକ୍ଷ୍ମୀସାଗର ପଡା, ଫତେନଗର ପଡାରେ ଥିବା ଲୋକଙ୍କ ଘରକୁ ପାଣି ପଶିଯାଇଛି। ସେହିପରି ସାହୁପଡା ଓ ଫତେନଗର ପଡା ମୁଖ୍ୟ ରାସ୍ତାରେ କେନାଲ ଭଳି ପାଣି ଚାଲୁଥିବା ଦେଖିବାକୁ ମିଳିଥିଲା। ଜୁନାଗଡ଼ ସହର ଉପକଣ୍ଠ ତାଳବନ୍ଦପଡାର ପଦନାଭ ମାଝୀ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବାବେଳେ ବର୍ଷା ଯୋଗୁ ହଠାତ ମାଟିଛପର ଘରର ଛାତ ଭୁଶୁଡି ପଡିଥିଲା। ତେବେ ଅଳ୍ପକେ ସେମାନେ ବର୍ତ୍ତିଯାଇଥିବାବେଳେ ଆସବାବପତ୍ର ମାଟିରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ମଙ୍ଗଳବାର ବ୍ୟାରେଜ ଗେଟ ଖୋଲାଯିବା ପରେ ଜୁନାଗଡ଼ ହାତୀ ନଦୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ହାତୀନଦୀ କୂଳରେ ଥିବା ଜୁନାଗଡ଼ ବ୍ଲକ ତଲମଲା ପଞ୍ଚାୟତର ମସିଗାଁ, ସାହଜକନା, ଆଟିଗାଁ ପଞ୍ଚାୟତର ବାଗଡୁଙ୍ଗରି, ମିଚାଗାଁ ଆଦି ଗ୍ରାମର ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ସେଠାରେ ଧାନ ଫସଲ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri