ବଢ଼ି ବଢ଼ାଇଲା ବିପତ୍ତି

ଭୁବନ, ୩୦।୮(ଡି.ଏନ.ଏ.) କରୋନା ମହାମାରୀ ଦୋହଲାଇ ଦେଇଥିଲା ଆର୍ଥିକ ମେରୁଦଣ୍ଡ। କିଛି ନ ହେଲେ ବର୍ଷକର ଦାନା ଯୋଗାଡ଼ କରିବାକୁ ଜମି ମୁହାଁ ହୋଇଥିଲେ ଚାଷୀ। ବର୍ଷା ନ ଥିବାରୁ ବିଳମ୍ବ ହୋଇଥିଲା ରୁଆ। ତଥାପି ଅଧିକ ଖର୍ଚ୍ଚାନ୍ତ ହୋଇ ଧାନ ତଳି ରୋଇଥିଲେ। ହେଲେ ବେଉଷଣ ଆରମ୍ଭ ବେଳକୁ ବନ୍ୟା ସବୁକିଛି ଧୋଇନେଇଛି। ମହାମାରୀ ମଧ୍ୟରେ ବନ୍ୟା ବିପତ୍ତି ବୋଝ ଉପରେ ନଳିତାବିଡ଼ା ହୋଇଥିବାବେଳେ ସର୍ବସ୍ବ ହରାଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକର ଚାଷୀ।
ବ୍ରାହ୍ମଣୀ, ରାମିଆଳ ଏବଂ ଡମଶାଳ ନଦୀରେ ଆସିଥିବା ବନ୍ୟାରେ ଭୁବନ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏକତାଳି, ବାଲିବୋ, ସୁରପ୍ରତାପପୁର, ମାର୍ଥାପୁର ଏବଂ ଭୂଷଳ ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କ୍ଷୟକ୍ଷତି ଆକଳନ କରାଯାଇଛି। ବନ୍ୟାପାଣିରେ ସମ୍ପୃକ୍ତ ୫ ପଞ୍ଚାୟତ ୧୯୪୩ ଜଣ ପ୍ରଭାବିତ ହୋଇଛନ୍ତି। ଏକତାଳି ପଞ୍ଚାୟତ ରୋଡଙ୍ଗ ଗ୍ରାମର ୧୭୧, ବାଲିବୋ ପଞ୍ଚାୟତ ଅରିଲୋ ଦଧିସିଙ୍ଗା ଗ୍ରାମର ୫୩, ସୁରପ୍ରତାପପୁର ପଞ୍ଚାୟତ କାଶୀପୁର ଗ୍ରାମର ୫୦, ମାର୍ଥାପୁର ପଞ୍ଚାୟତ ମାଳପୁରା ଗ୍ରାମର ୧୫୦, ଭୂଷଳ ପଞ୍ଚାୟତ ଜୟପୁର ଗ୍ରାମର ୧୫୧୯ ଜଣ ପାଣି ଘେରରେ ରହିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା ବିପନ୍ନଙ୍କୁ ରିଲିଫ୍‌ ପ୍ରଦାନ କରାଯାଇଛି। ବ୍ଲକର ୧୪୦୦ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି। କେତେକ ସ୍ଥାନରେ ବାଲି ମାଡ଼ିଯାଇଛି। ଗ୍ରାମାଞ୍ଚଳର ରାସ୍ତା ଧୋଇଯାଇଛି। ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ବନ୍ୟା ପାଣି ଛାଡ଼ି ନ ଥିବାରୁ ଆକଳନଠାରୁ କ୍ଷୟକ୍ଷତି ବେଶି ହେବ ବୋଲି ଅନୁମାନ କରାଯାଉଛି।
ଅନ୍ୟପଟେ ବନ୍ୟା ପରବର୍ତ୍ତୀ ସମୟରେ ଫସଲରେ ପୋକ ଉପଦ୍ରବ ବଢ଼ିବା ଆଶଙ୍କା ଦେଖାଦେଇଛି। ଏ ନେଇ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମିଶ୍ର କୁହନ୍ତି, ବନ୍ୟାରେ ବ୍ଲକ ଅଞ୍ଚଳର ଚାଷ ପ୍ରଭାବିତ ହୋଇଛି। ୮-୧୦ ଦିନ ହେଲା ବନ୍ୟା ପାଣିରେ ଚାଷଜମି ବୁଡ଼ି ରହିଛି। ବନ୍ୟା ପରେ ସାଧାରଣତଃ ଲେଡ଼ାପୋକ ଉପଦ୍ରବ ଦେଖାଦେଇଥାଏ। ପୋକ ଦମନ କରିବାକୁ ଚାଷୀ ଏବଂ ବୁଦ୍ଧିଜୀବୀଙ୍କୁ ପରାମର୍ଶ ଦିଆଯାଉଛି।

ଫସଲ ଭାସିଯାଇଛି
ବିଳମ୍ବରେ ବର୍ଷା ସତ୍ତ୍ୱେ ଅଧିକ ଖର୍ଚ୍ଚାନ୍ତ ହୋଇ ଚାଷ କରିଥିଲୁ। ଚାଷୀମାନେ ବିଭିନ୍ନ ସ୍ଥାନରୁ ହାତ ଉଧାରି କରଜ କରିଥିଲେ। ବନ୍ୟାରେ ସବୁକିଛି ଭାସିଯାଇଛି। ଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ନ ମିଳିଲେ ଦୁଃଖ ବଳିଯିବ।
-ସୁରେନ୍ଦ୍ର ପୃଷ୍ଟି, ଚାଷୀ

ସବୁ ଆଶା ଛାରଖାର
ବନ୍ୟା ସବୁ ଆଶା ଛାରଖାର କରିଦେଇଛି। କରୋନା ସମୟରେ ଆର୍ଥିକ ଅନଟନର ଶିକାର ହୋଇଥିବା ଋଣୀ ଚାଷୀଙ୍କ ଉପରେ ଏହା କୋରଡ଼ା ମାଡ଼ ଭଳି ହୋଇଛି। ଏଥିପ୍ରତି ସରକାର ଗୁରୁତ୍ୱ ଦେବା ଜରୁରୀ।
-ମହେଶ୍ୱର ଦାସ, ଚାଷୀ

ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବ୍ଲକ ପ୍ରଶାସନର ଅଧିକାରୀମାନେ ଦୈନିକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଗୁରୁତ୍ୱ ଦିଆଯାଉଛି। ବନ୍ୟାପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ କରାଯାଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଆଯିବ।
-ଆଶୀର୍ବାଦ ପରିଡ଼ା, ବିଡିଓ

କ୍ଷତିଗ୍ରସ୍ତ ପରିବାରକୁ ମିଳିବ ସହାୟତା
ପାଣି କମିଯିବା ପରେ ପ୍ରକୃତ ଚିତ୍ର ଜଣାପଡ଼ିବ। କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯିବ। ଘର କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଆବାସ ଯୋଜନାରେ ସାମିଲ କରାଯିବା ସହ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri