ବଢ଼ି ବଢ଼ାଇଲା ବିପତ୍ତି

ଭୁବନ, ୩୦।୮(ଡି.ଏନ.ଏ.) କରୋନା ମହାମାରୀ ଦୋହଲାଇ ଦେଇଥିଲା ଆର୍ଥିକ ମେରୁଦଣ୍ଡ। କିଛି ନ ହେଲେ ବର୍ଷକର ଦାନା ଯୋଗାଡ଼ କରିବାକୁ ଜମି ମୁହାଁ ହୋଇଥିଲେ ଚାଷୀ। ବର୍ଷା ନ ଥିବାରୁ ବିଳମ୍ବ ହୋଇଥିଲା ରୁଆ। ତଥାପି ଅଧିକ ଖର୍ଚ୍ଚାନ୍ତ ହୋଇ ଧାନ ତଳି ରୋଇଥିଲେ। ହେଲେ ବେଉଷଣ ଆରମ୍ଭ ବେଳକୁ ବନ୍ୟା ସବୁକିଛି ଧୋଇନେଇଛି। ମହାମାରୀ ମଧ୍ୟରେ ବନ୍ୟା ବିପତ୍ତି ବୋଝ ଉପରେ ନଳିତାବିଡ଼ା ହୋଇଥିବାବେଳେ ସର୍ବସ୍ବ ହରାଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକର ଚାଷୀ।
ବ୍ରାହ୍ମଣୀ, ରାମିଆଳ ଏବଂ ଡମଶାଳ ନଦୀରେ ଆସିଥିବା ବନ୍ୟାରେ ଭୁବନ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏକତାଳି, ବାଲିବୋ, ସୁରପ୍ରତାପପୁର, ମାର୍ଥାପୁର ଏବଂ ଭୂଷଳ ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କ୍ଷୟକ୍ଷତି ଆକଳନ କରାଯାଇଛି। ବନ୍ୟାପାଣିରେ ସମ୍ପୃକ୍ତ ୫ ପଞ୍ଚାୟତ ୧୯୪୩ ଜଣ ପ୍ରଭାବିତ ହୋଇଛନ୍ତି। ଏକତାଳି ପଞ୍ଚାୟତ ରୋଡଙ୍ଗ ଗ୍ରାମର ୧୭୧, ବାଲିବୋ ପଞ୍ଚାୟତ ଅରିଲୋ ଦଧିସିଙ୍ଗା ଗ୍ରାମର ୫୩, ସୁରପ୍ରତାପପୁର ପଞ୍ଚାୟତ କାଶୀପୁର ଗ୍ରାମର ୫୦, ମାର୍ଥାପୁର ପଞ୍ଚାୟତ ମାଳପୁରା ଗ୍ରାମର ୧୫୦, ଭୂଷଳ ପଞ୍ଚାୟତ ଜୟପୁର ଗ୍ରାମର ୧୫୧୯ ଜଣ ପାଣି ଘେରରେ ରହିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା ବିପନ୍ନଙ୍କୁ ରିଲିଫ୍‌ ପ୍ରଦାନ କରାଯାଇଛି। ବ୍ଲକର ୧୪୦୦ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି। କେତେକ ସ୍ଥାନରେ ବାଲି ମାଡ଼ିଯାଇଛି। ଗ୍ରାମାଞ୍ଚଳର ରାସ୍ତା ଧୋଇଯାଇଛି। ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ବନ୍ୟା ପାଣି ଛାଡ଼ି ନ ଥିବାରୁ ଆକଳନଠାରୁ କ୍ଷୟକ୍ଷତି ବେଶି ହେବ ବୋଲି ଅନୁମାନ କରାଯାଉଛି।
ଅନ୍ୟପଟେ ବନ୍ୟା ପରବର୍ତ୍ତୀ ସମୟରେ ଫସଲରେ ପୋକ ଉପଦ୍ରବ ବଢ଼ିବା ଆଶଙ୍କା ଦେଖାଦେଇଛି। ଏ ନେଇ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମିଶ୍ର କୁହନ୍ତି, ବନ୍ୟାରେ ବ୍ଲକ ଅଞ୍ଚଳର ଚାଷ ପ୍ରଭାବିତ ହୋଇଛି। ୮-୧୦ ଦିନ ହେଲା ବନ୍ୟା ପାଣିରେ ଚାଷଜମି ବୁଡ଼ି ରହିଛି। ବନ୍ୟା ପରେ ସାଧାରଣତଃ ଲେଡ଼ାପୋକ ଉପଦ୍ରବ ଦେଖାଦେଇଥାଏ। ପୋକ ଦମନ କରିବାକୁ ଚାଷୀ ଏବଂ ବୁଦ୍ଧିଜୀବୀଙ୍କୁ ପରାମର୍ଶ ଦିଆଯାଉଛି।

ଫସଲ ଭାସିଯାଇଛି
ବିଳମ୍ବରେ ବର୍ଷା ସତ୍ତ୍ୱେ ଅଧିକ ଖର୍ଚ୍ଚାନ୍ତ ହୋଇ ଚାଷ କରିଥିଲୁ। ଚାଷୀମାନେ ବିଭିନ୍ନ ସ୍ଥାନରୁ ହାତ ଉଧାରି କରଜ କରିଥିଲେ। ବନ୍ୟାରେ ସବୁକିଛି ଭାସିଯାଇଛି। ଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ନ ମିଳିଲେ ଦୁଃଖ ବଳିଯିବ।
-ସୁରେନ୍ଦ୍ର ପୃଷ୍ଟି, ଚାଷୀ

ସବୁ ଆଶା ଛାରଖାର
ବନ୍ୟା ସବୁ ଆଶା ଛାରଖାର କରିଦେଇଛି। କରୋନା ସମୟରେ ଆର୍ଥିକ ଅନଟନର ଶିକାର ହୋଇଥିବା ଋଣୀ ଚାଷୀଙ୍କ ଉପରେ ଏହା କୋରଡ଼ା ମାଡ଼ ଭଳି ହୋଇଛି। ଏଥିପ୍ରତି ସରକାର ଗୁରୁତ୍ୱ ଦେବା ଜରୁରୀ।
-ମହେଶ୍ୱର ଦାସ, ଚାଷୀ

ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବ୍ଲକ ପ୍ରଶାସନର ଅଧିକାରୀମାନେ ଦୈନିକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଗୁରୁତ୍ୱ ଦିଆଯାଉଛି। ବନ୍ୟାପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ କରାଯାଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଆଯିବ।
-ଆଶୀର୍ବାଦ ପରିଡ଼ା, ବିଡିଓ

କ୍ଷତିଗ୍ରସ୍ତ ପରିବାରକୁ ମିଳିବ ସହାୟତା
ପାଣି କମିଯିବା ପରେ ପ୍ରକୃତ ଚିତ୍ର ଜଣାପଡ଼ିବ। କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯିବ। ଘର କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଆବାସ ଯୋଜନାରେ ସାମିଲ କରାଯିବା ସହ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri