ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ ହେବା ସହ ନଦୀନାଳରେ ଜଳସ୍ତର ବଢ଼ୁଛି। ଏପରି ସ୍ଥିତିରେ ଶୁକ୍ରବାର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ମାସକରେ ୪ଟି ଲଘୁଚାପ ଯୋଗୁ ଓଡ଼ିଶା ସମେତ ପଡୋଶୀ ରାଜ୍ୟରେ ମଧ୍ୟ ବର୍ଷା ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ରାଜ୍ୟର ଜଳଭଣ୍ଡାରଗୁଡିକ ଉଛୁଳିବାରେ ଲାଗିଛି। ଆସନ୍ତା ୨୮ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଏଥିସହ ରାଜ୍ୟରେ ଆହୁରି ୫ଦିନ ବର୍ଷା ହେବାକୁ ଥିବାରୁ ମହାନଦୀ ସମେତ ବିଭିନ୍ନ ନଦୀରେ ବନ୍ୟା ଆସିବା ଆଶଙ୍କା ସୃଷ୍ଟି ହୋଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ, ଶୁକ୍ରବାର ବାଂଲାଦେଶ ନିକଟବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ପଶ୍ଚିମ-ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨ ଦିନ ମଧ୍ୟରେ ଲଘୁଚାପ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅତିକ୍ରମ କରିବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏବେ ନଦୀଗୁଡିକ ଫୁଲୁଥିବା ବେଳେ ଆଗାମୀ ଦିନରେ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ପ୍ରଥମେ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ସେହିପରି ଉପକୂଳବର୍ତ୍ତୀ ଜିଲାଗୁଡିକରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ସେଠାକାର ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।
ଶନିବାର ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ହେବାକୁ ଥିବାବେଳେ କେତେକ ଜିଲାରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ସମେତ ବିଭିନ୍ନ ଜିଲାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri