ପୁଣି ଫୁଲିଲାଣି ସୁବର୍ଣ୍ଣରେଖା

ବାଲିଆପାଳ, ୩।୧୦: ଚାଷ ଜମିରୁ ବନ୍ୟାଜଳ ଛାଡ଼ିବା ୩ଦିନ ନ ପୁରୁଣୁ ଶୁକ୍ରବାରଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦସଂକେତ ୧୦.୩୬ ମିଟର ଥିବା ବେଳେ ଶୁକ୍ରବାର ସକାଳ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୭.୮୦ ମିଟରରେ ପ୍ରବାହିତ ହୋଇଛି। ଶନିବାର ଅପରାହ୍ନ ସୁଦ୍ଧା ଜଳପତ୍ତନ ଧୀରେ ଧୀରେ ବଢ଼ି ୯.୧୩ ମିଟରରେ ପହଞ୍ଚିଲାଣି।
ଏହା ଯୋଗୁ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପଶିବାରେ ଲାଗିଛି। କ୍ରମାଗତ ପୂର୍ବ ବନ୍ୟାରେ ପରିବା ଚାଷ ଏବଂ ଧାନ ଗଛଗୁଡ଼ିକ ପଚି ସଢ଼ି ନଷ୍ଟ ହୋଇ ଯାହା ବଞ୍ଚିଥିଲା ସେତକ ବି ହରାଇବାର ଚିନ୍ତାରେ ଚାଷୀକୁଳ ହତାଶ ହୋଇପଡ଼ିଛି।