ଚାଇନାରେ ପ୍ରବଳ ବନ୍ୟା: ୧୦ ମୃତ, ୩ ନିଖୋଜ

ବେଜିଂ,୯ା୬: କେନ୍ଦ୍ରୀୟ ଚାଇନାର ହୁନାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅତି କମ୍‌ରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଜୁନ ଆରମ୍ଭରୁ ଏହି ରାଜ୍ୟରେ ବର୍ଷା ହୋଇଛି। ଅନ୍ୟ କେତେକ ରାଜ୍ୟରେ ମଧ୍ୟ ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ସାଧାରଣତଃ କେନ୍ଦ୍ରୀୟ ଏବଂ ଦକ୍ଷିଣ ଚାଇନାରେ ଗ୍ରୀଷ୍ମ ଋତୁରେ ସର୍ବାଧିକ ବୃଷ୍ଟିପାତ ହୋଇଥାଏ। ଫଳରେ ପ୍ରବଳ ବନ୍ୟା ଆସେ।

ଏକ ରିପୋର୍ଟ ଅନୁଯାୟୀ, ଏହି ବନ୍ୟାରେ ପାହାଡ଼ିଆ ଅଞ୍ଚଳର ପ୍ରାୟ ୧୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର। ୨,୮୬,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୨୭୦୦ରୁ ଅଧିକ ଘର ନଷ୍ଟ ହୋଇଛି।

Share