Categories: ଜାତୀୟ

ବିହାରର ୧୧ ଜିଲାରେ ବନ୍ୟା ପରିସ୍ଥିତି, ଭାସିଗଲା ସ୍ୱାସ୍ଥ୍ୟ କେନ୍ଦ୍ର

ପାଟନା,୪ ।୭: ବିହାରର ବିଭିନ୍ନ ଜିଲାରେ ହେଉଥିବା ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବେଳକୁ ବେଳ ବଢିବାରେ ଲାଗିଛି । ରାଜ୍ୟର ସୀତାମଡି, ମୁଜଫରପୁର, ସମସ୍ତିପୁର, ଖଗଡିୟା, ଚମ୍ପାରନ ସମେତ ପ୍ରାୟ ୧୧ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଦରଭଙ୍ଗାରେ ବନ୍ୟା ପାଣି ପଶି ଯିବାରୁ ଅତିହାର ଗାଁରେ ଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଭାସି ଯାଇଛି । ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ବିହାରର କୋସି ଓ ଗଣ୍ଡକ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବନ୍ୟା ପରିସ୍ଥିତିକୁ ଦେଖି ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି । ସେହିପରି ମୋତିହାରିରେ ବି ବନ୍ୟା ଦେଖାଦେଇଛି । ନଦୀ ପାର୍ଶ୍ୱରେ ଥିବା କିଛି ଘର ଭାଙ୍ଗି ଯାଇଥିବା ଦେଖାଯାଇଛି । ପ୍ରବଳ ବର୍ଷା ଫଳରେ କମଲା ବଲାନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଆଖପାଖ ଅଞ୍ଚଳରେ ଲୋକ ଜଳବନ୍ଦୀ ହୋଇ ଯାଇଛନ୍ତି ।

Share