ନଈକୂଳିଆ ଗାଁକୁ ବନ୍ୟା ଭୟ

ଭେଡ଼େନ,୩୦।୬ (ସୁଦନ ମହାକୁର): ଗତ ୨୩ ତାରିଖରୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏଥିସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ବର୍ଷା ହୋଇଛି। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଥବବା ସୂଚନା ମିଳିଛି। ଫଳରେ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଜୁନ୍‌ ୨୨ରେ ଜଳସ୍ତର ୬୦୦.୩୨ଫୁଟ ରହିଥିବା ବେଳେ ନିୟମିତ ବର୍ଷା ଯୋଗୁ ଏହା ୬୦୦.୩୭ ଫୁଟରେ ପହଞ୍ଚତ୍ଛି। ଆଗକୁ ବର୍ଷା ପରିମାଣ ବଢିବା ନେଇ ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇଛି। ଯଦି ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଲାଗି ରୁହେ ତେବେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହୋଇପାରେ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ନଈକୂଳିଆ ଗ୍ରାମବାସୀଙ୍କୁ ବନ୍ୟା ଭୟ ଘାରିଛି।
ହୀରକୁଦ ଜଳଭଣ୍ଡାର ବନ୍ୟାଜଳ ଅଧିକାଂଶ ପରିମାଣ ବିଶେଷ କରି ମହାନଦୀରେ ନିଷ୍କାସନ କରାଯାଇଥାଏ। ଫଳରେ ମହାନଦୀର ଜଳସ୍ତର ଫୁଲି ଉଠିବା ସହ କୂଳ ଲଂଘନ କରି ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ସେହିପରି ଏହାର ଶାଖା ଓ ଉପନଦୀ ଗୁଡ଼ିକର ପଛୁଆ ପାଣି ମାଡ଼ିଆସିବା ଯୋଗୁ ନଈକୂଳିଆ ଗାଁଗୁଡ଼ିକ ପାଣି ଘେରରେ ରହି ଯାଇଥାନ୍ତି। ବିଶେଷକରି ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ମହାନଦୀ କୂଳରେ ଥିବା ବ୍ରାହ୍ମଣତୁରୁମ, ଦେଶକୁମ୍ଭାରୀ, ବାଲିକୁଲୁଣ୍ଡା, ଡ଼ାଲବି, ଡ଼ାଳବ, ଦବକାପାଲି, ଗଲିମା, ଝରାଡ଼େରା, ଭୂତଲୋଡ଼ ଆଦି ଗ୍ରାମ ପ୍ରତିବର୍ଷ ବନ୍ୟା ପ୍ଲାବିତ ହୋଇ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି।
ବନ୍ୟା ସମୟରେ ଗାଁ ଲୋକମାନଙ୍କୁ କିଛି ଦିନ ପାଇଁ ନିଜ ଭିଟାମାଟି ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପଡ଼ିଥାଏ। ଅନେକ ସମୟରେ ଗୃହପାଳିତ ପ୍ରାଣୀ ଗାଈ, ଛେଳି, ମେଣ୍ଢା, କୁକୁଡ଼ା, ବତକ ଆଦିଙ୍କୁ ଉଦ୍ଧାର କରି ନ ପାରି କ୍ଷତି ସହିବାକୁ ପଡ଼ିଥାଏ। ଅନ୍ୟପକ୍ଷେ ମହାନଦୀ ଜଳସ୍ତର ବୃଦ୍ଧି ପାଇଲେ ଜିରା, ଦନ୍ତା ନଦୀ ସମତେ ଝାଉଁଜୋର, ପାଣିଛତ୍ର, ଇନ୍ଦ୍ରଘୋଷ ନାଳ ପାଣି ନିଷ୍କାସନ ହୋଇ ନ ପାରି ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ଏହାର ପଛୁଆପାଣି ଚାଷଜମିରେ ମାଡ଼ିଯାଇ ଫସଲ ନଷ୍ଟ ହେବା ସହ ବାଲିଚର ହୋଇଥାଏ। ଭେଡେନ ବ୍ଲକର ଗଣ୍ଡତୁରୁମ, ଟିହିକିପାଲି, ଖଲିଆପାଲି, ସିଆଲଖଣ୍ଡହଥା, କୁଦୋପାଲି, ଗୁନିଆଁପାଲି, ସୁନାଲରମ୍ଭା, ପିପିଲିପାଲି, ପୁଡ଼ାପାଲି, ଅଛାଣ୍ଡପାଲି, କୁଦପାଲି, ବରପଦର, ଲୁହାଖଣ୍ଡି ଏବଂ ବକଟୀ ପଞ୍ଚାୟତର ଦନ୍ତା ନଦୀର ପଛୁଆପାଣିରେ ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେଉଛି। ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି ସହାୟତା ମିଳିଥାଏ। ମାତ୍ର ତାହା ସମୁଦ୍ରକୁ ଶଙ୍ଖେ। ସେହିପରି ସ୍ଥାନୀୟ ପ୍ରଶାସନ ନଈକୂଳିଆ ଗ୍ରାମମାନଙ୍କରେ ଆଡ଼ିବନ୍ଧ ନିର୍ମାଣ ପାଇଁ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗର ବିଭିନ୍ନ ଯୋଜନା ରହିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ କରାଯାଉନାହିଁ। କାଁ ଭାଁ କେତୋଟି ଗ୍ରାମରେ କିଛିକାଂଶରେ ଆଡିବନ୍ଧ ନିର୍ମାଣ ହୋଇଛି। ମାତ୍ର ଅତି ନିମ୍ନମାନର କାମ ଯୋଗୁ ତାହା ଅଳ୍ପଦିନ ଭିତରେ ଭୁଶୁଡ଼ି ପଡୁଛି। ପ୍ରତିବର୍ଷ ବର୍ଷାଦିନେ ମହାନଦୀ କୂଳ ଖାଇ ଅନେକ ଗ୍ରାମ ନଦୀଗର୍ଭରେ ଲୀନ ହୋଇଯାଉଛି। ଏହି ଗ୍ରାମମାନଙ୍କର ସୁରକ୍ଷା ଦୃଷ୍ଟିରୁ ଆଡ଼ିବନ୍ଧ ନିର୍ମାଣ କରାଯିବାକୁ ସମ୍ପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri