ବୈତରଣୀରେ ବନ୍ୟା ବିପଦ

ଭୁବନେଶ୍ୱର,(ବ୍ୟୁରୋ)/ ଭଣ୍ଡାରିପୋଖରୀ (ଡି.ଏନ୍‌.ଏ.)/ ଆନନ୍ଦପୁର(ସ୍ବ.ପ୍ର.)/ଯାଜପୁର ଅଫିସ,୨୮/୫:ବାତ୍ୟା ‘ୟାସ୍‌’ କ୍ଷତ ଭରି ନ ଥିବା ବେଳେ ବନ୍ୟା ବିପତ୍ତି ଦୁର୍ଦ୍ଦଶାକୁ ଆହୁରି ବଢ଼ାଇବା ଆଶଙ୍କା ସୃଷ୍ଟି କରିଛି। ବାତ୍ୟାଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ବୈତରଣୀରେ ବନ୍ୟା ପାଣି ଉଛୁଳୁଛି। ଏହି ନଦୀର ଆନନ୍ଦପୁର ଏବଂ ଆଖୁଆପଦାଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ୩୯.୨୭ ମିଟର, ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ୧୮.୬୯ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାଦ୍ୱାରା ଯାଜପୁର ଜିଲାର ବୈତରଣୀ ନଦୀ ତଟବର୍ତ୍ତୀ କୋରେଇ, ଦଶରଥପୁର ଓ ଯାଜପୁର ବ୍ଲକବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିପରି ଭଦ୍ରକ ଜିଲାର ଧାମନଗର, ଭଣ୍ଡାରିପୋଖରୀ ଓ ତିହିଡ଼ି ବ୍ଲକରେ ବନ୍ୟା ଆଶଙ୍କା ବଢ଼ିଯାଇଛି।
ଏହି ବନ୍ୟାଜଳ ୩ ବ୍ଲକର ନଈକୂଳିଆ ଗଁା ପାଇଁ ବିପଦ ଆଣିପାରେ ବୋଲି ଜିଲା ପ୍ରଶାସନ ଆକଳନ କରିଛି। ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଯାଉଛି। ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଘୋଷଣା କରାଯାଉଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ପ୍ରଶାସନିକ ଅଧିକାରୀମାନେ ଡେରା ପକାଇଛନ୍ତି। ବନ୍ୟାକୁ ଆଖି ଆଗରେ ରଖି ଧାମନଗର ଖଡ଼ିପଦାଠାରେ ୨୭ ଜଣିଆ ଏକ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ଛନ୍ତି। ବୈତରଣୀ ନଦୀର ତୁରୁମୁଙ୍ଗାଠାରେ ଥିବା ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋଲକାତା-ମୁମ୍ବାଇ ୪୯ନଂ. ଜାତୀୟ ରାଜପଥରେ ଯାତାୟାତ ବିଚ୍ଛିନ୍ନ ହୋଇପଡ଼ିଛି। ବହୁ ସଂଖ୍ୟକ ଯାନବାହନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି। ଗୁରୁବାର ପୂର୍ବାହ୍ନରେ କେନ୍ଦୁଝର ଜିଲାପାଳ ଆଶିଷ କୁମାର ଠାକ୍‌ରେ, ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ପୋଲ ଉପରେ ଚାଲୁଥିବା ପାଣି ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟାନ୍ୟ ଅଞ୍ଚଳରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଯୋଡ଼ା ବ୍ଲକ ଭୂୟାଁ ରୋଇଡ଼ା ପଞ୍ଚାୟତ ଅନ୍ତର୍ଗତ କେଥ ହାଟିଂ ନିକଟରେ ସୁନା ନଦୀ ଉପରେ ଥିବା ଏକ ପୋଲ ଜଳସ୍ରୋତରେ ଭାସିଯାଇଛି। ଏହି ପୋଲ ଉପରେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାର ଲୋକେ ନିର୍ଭର କରୁଥିବା ବେଳେ ଗମନାଗମନ ବ୍ୟାହତ ହୋଇଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଖାଲୁଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଛି।
ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବା ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ଅଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ୨୬ ତାରିଖ ସା ୭ଟା ସୁଦ୍ଧା ୟାସ୍‌ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାଲେଶ୍ବରରୁ ମୟୂରଭଞ୍ଜ ଦେଇ ଝାଡ଼ଖଣ୍ଡ ଗତି କରିଛି। ଏହାର ପ୍ରଭାବରେ ବୁଧବାର ଉପକୂଳବର୍ତ୍ତୀ ଜିଲାର ୧୪୬ଟି ବ୍ଲକରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟର ୭୭ଟି ବ୍ଲକରେ ୩୦୦ରୁ ୪୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଗୁରୁବାର ସକାଳ ୮ଟା ସୁଦ୍ଧା କେନ୍ଦୁଝର ଜିଲାରେ ୧୨୭ ମିମି, ସୁନ୍ଦରଗଡ଼ ଜିଲାରେ ୧୦୧ ମିମି, ମୟୂରଭଞ୍ଜରେ ୯୬ ମିମି ଏବଂ ଦେବଗଡ ଜିଲାରେ ୯୨ ମିମି ବର୍ଷା ରେକର୍ଡ କରାଯାଇଛି।
ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିପ୍ରତି ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ କ୍ଷେତ୍ରସ୍ତରରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରଭାବିତ ଅଞ୍ଚଳରେ ୮୦% ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ପ୍ରଦାନ କରାଯାଇଛି। ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଏବଂ ବାଲେଶ୍ବର ଜିଲା ପାଇଁ ଏକ ହଜାର କୁଶଳୀ ଶ୍ରମିକଙ୍କୁ ବିଦ୍ୟୁତ୍‌ ସଂଯୋଗ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଯାଜପୁର ସମେତ ୧୦ଟି ଉପକୂଳବର୍ତ୍ତୀ ଜିଲାର ୭ ଲକ୍ଷ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ୭ ଦିନ ପାଇଁ ରିଲିଫ୍‌ ପ୍ରଦାନ କାର୍ଯ୍ୟ ଜାରି ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜର ନଓ୍ବାନାଠାରେ ୨୭୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଯୋଡା ୨୬୮.୬, ଯଶିପୁର ୨୫୪.୮, ଲଠକଟା ୨୧୩, ଝୁମ୍ପୁରା ୨୧୨.୨, ଚମ୍ପୁଆ ୨୦୪.୨, କେନ୍ଦୁଝର ୧୯୬.୮, ପାନପୋଷ୍‌ ୧୯୬.୨, ବାସୁଦେବପୁର ୧୯୫, ଚଣ୍ଡିଖୋଲ ୧୭୫, କରଞ୍ଜିଆ ୧୬୮, ରାଜଗାଙ୍ଗପୁର ୧୪୦.୬, ସୋମପାଟଣା ୧୩୩.୨, ଦେବଗଡ ୧୩୧, ତରିଙ୍ଗି ୧୧୫.୬, ଉଦଳା ୧୧୩.୪, ବାରକୋଟ ୧୧୩.୨, ଗୁରୁଣ୍ଡିଆ ୧୧୩.୨, ହାଟଡିହି ୧୧୨.୪, ତିହିଡି ୧୧୨, ପାଲଲହଡା ୧୧୨, ଘଟଗାଁ ୧୦୩.୨, ଲହୁଣିପଡ଼ା ୧୦୨, ସୋର ୯୯ ଏବଂ ବାମରାରେ ୯୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri