ନୂଆଦିଲ୍ଲୀ, ୭।୮: Flipkart Freedom Sale ୨୦୨୬ ଆସନ୍ତାକାଲି ଅର୍ଥାତ୍ ୮ ଅଗଷ୍ଟରୁ ଆରମ୍ଭ ହେଉଛି। ଯଦି ଆପଣ ଏହି ସେଲ୍ରେ ନୂଆ ଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ସେଲ୍ ଆରମ୍ଭ ହେବା ପୂର୍ବରୁ ହିଁ ଅନେକ ପ୍ରିମିୟମ ଓ ମିଡ-ରେଞ୍ଜ ଫୋନ୍ରେ ମିଳିବାକୁ ଥିବା ବଡ଼ ଡିସ୍କାଉଣ୍ଟ ବିଷୟରେ ସୂଚନା ସାମ୍ନାକୁ ଆସିଛି।
ଫ୍ଲିପକାର୍ଟର ଟିଜର ଅନୁସାରେ Samsung Galaxy S25 ଏହି ସେଲରେ ସବୁଠାରୁ ବଡ଼ ଡିଲ୍ଗୁଡ଼ିକ ମଧ୍ୟରେ ସାମିଲ ହୋଇପାରେ। ଏହି ଫୋନ୍ର ଲଞ୍ଚ ପ୍ରାଇସ ୮୦,୯୯୯ ଟଙ୍କା ଥିଲା, କିନ୍ତୁ ସେଲ୍ ସମୟରେ ଏହାର ଦାମ ୫୭,୯୯୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଅର୍ଥାତ୍ ସିଧାସଳଖ ୨୩,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରେ।
ଫ୍ଲିପକାର୍ଟ ଫ୍ରିଡମ ସେଲ୍ରେ ଦୁଇଟି ଷ୍ଟାଣ୍ଡାର୍ଡ iPhone 17 ମଧ୍ୟ କମ୍ ଦାମରେ କିଣିହେବ। ରିପୋର୍ଟ ଅନୁସାରେ ଏହାର ପ୍ରଭାବୀ ଦାମ ୮୦ ହଜାର ଟଙ୍କାରୁ କମ୍ ରହିବ ବୋଲି ଆଶା କରାଯାଉଛି। ତେବେ ଅନ୍ତିମ ଦାମ ବ୍ୟାଙ୍କ ଅଫର୍ ଏବଂ ଅନ୍ୟାନ୍ୟ ଡିସ୍କାଉଣ୍ଟ ଉପରେ ନିର୍ଭର କରିବ।
Nothing Phone 4a Pro ମଧ୍ୟ ଏହି ସେଲ୍ରେ କମ ଦାମରେ ମିଳିବ। ବର୍ତ୍ତମାନ ଏହାର ଲିଷ୍ଟେଡ ପ୍ରାଇସ ୪୯,୯୯୯ ଟଙ୍କା ଥିବାବେଳେ, ସେଲ ସମୟରେ ଏହାର ଦାମ ୪୩,୯୯୯ ଟଙ୍କା ପର୍ଯ୍ୟନ୍ତ ରହିପାରେ।
୭୯,୯୯୯ ଟଙ୍କାରେ ଲଞ୍ଚ ହୋଇଥିବା Google Pixel 10 ମଧ୍ୟ ଏହି ସେଲ୍ରେ କମ ଦାମରେ ମିଳିବ। ଏହି ସେଲ୍ରେ ଏହାର ଦାମ ୬୨,୯୯୦ ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି। ଅର୍ଥାତ୍ ଏହି ଫ୍ଲାଗ୍ସିପ ସ୍ମାର୍ଟଫୋନ୍ରେ ପ୍ରାୟ ୧୭,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିହେବ।
ଗତ ଏକ ବର୍ଷ ମଧ୍ୟରେ ଚିପ୍ସେଟ ଏବଂ ମେମୋରୀର ବଢ଼ୁଥିବା ମୂଲ୍ୟ ଯୋଗୁ ସ୍ମାର୍ଟଫୋନ୍ର ଦାମ ବଢ଼ିଛି। ଏଭଳି ସ୍ଥିତିରେ Flipkart Freedom Sale 2026 ଗ୍ରାହକମାନଙ୍କୁ ପ୍ରିମିୟମ ଏବଂ ମିଡ-ରେଞ୍ଜ ସ୍ମାର୍ଟଫୋନ କମ ଦାମରେ କିଣିବାର ସୁଯୋଗ ଦେଉଛି।