Categories: ବାଣିଜ୍ୟ

ପୁଣି ଛଟେଇ କରିବ ଫ୍ଲିପ୍‌କାର୍ଟ-ସ୍ବିଗି, ଚାକିରି ହରାଇବେ ୧,୪୦୦ କର୍ମଚାରୀ

ନୂଆଦିଲ୍ଲୀ,୨୭।୧: ପୁଣି ଛଟେଇ କରିବେ ସ୍ବିଗି ଏବଂ ଫିଲ୍ପକାର୍ଟ। ଦୀର୍ଘ ମାସ ଧରି ଫଣ୍ଡିଂ ଅଭାବ କାରଣରୁ ଷ୍ଟାଟ୍‌ଅପ୍‌ ସେକ୍ଟରେ ବଢ଼ୁଥିବା ଅଡ଼ୁଆର ଏହା ସଙ୍କେତ ବୋଲି କୁହାଯାଉଛି। ତେବେ ସ୍ବିଗି ପ୍ରାୟ ୩୫୦-୪୦୦ କର୍ମଚାରୀ (ମୋଟ ସଂଖ୍ୟାର ୭%) ଙ୍କୁ ଛଟେଇ କରିବ। ସେହିଭଳି ଫ୍ଲିପକାର୍ଟ ପ୍ରାୟ ୧,୦୦୦ କର୍ମଚାରୀ(ମୋଟ ସଂଖ୍ୟାର ୫%)ଙ୍କୁ ଛଟେଇ କରିବ ବୋଲି ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ବିଗି ଯେଉଁ କର୍ମଚାରୀଙ୍କୁ ବାହାର କରିବାକୁ ଯାଉଛି, ତାର ପ୍ରଭାବ ଟେକ୍ନୋଲୋଜି ଟିମ୍‌ ଏବଂ କଷ୍ଟମର୍‌ ସର୍ଭିସ ଡିପାର୍ଟମେଣ୍ଟ ଉପରେ ସବୁଠାରୁ ଅଧିକ ପଡ଼ିବ। ଗତ ବର୍ଷ ଜାନୁଆରୀରେ ସ୍ବିଗି ୩୮୦ କର୍ମଚାରୀଙ୍କୁ ଛଟେଇ କରୁଥିଲା।

Share