Posted inଜାତୀୟ

୮ରୁ ବ୍ରିଟେନକୁ ବିମାନ

ନୂଆଦିଲ୍ଲୀ,୧।୧: ଜାନୁଆରୀ ୮ରୁ ଭାରତରୁ ବ୍ରିଟେନକୁ ବିମାନସେବା ଆଂଶିକ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶୁକ୍ରବାର କହିଛନ୍ତି। ପ୍ରାରମ୍ଭରେ ଜାନୁୟାରୀ ୨୩ ପର୍ଯ୍ୟନ୍ତ କେବଳ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଦୁଇ ଦେଶର ଯାତ୍ରୀଙ୍କ ପାଇଁ ପ୍ରତି ସପ୍ତାହରେ ୧୫ଟି ବିମାନ ସେବା ଯୋଗାଇବ। ତେବେ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ବିଷୟରେ ଅଧିକ ବିବରଣୀ ଖୁବ ଶୀଘ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। କୋଭିଡ-୧୯ର ନୂଆ ଷ୍ଟ୍ରେନ ଆସିବା ପରେ ଡିସେମ୍ବର ୨୩ରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ ସ୍ଥଗିତ ରହିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଭୋଟର ଲିଷ୍ଟରୁ କଟିଲା ୫୮ଲକ୍ଷରୁ ଅଧିକଙ୍କ ନାମ ନିର୍ବାଚନ କମିଶନ ଜାରି କଲେ SIRର ଡ୍ରାପ୍ଟ ଲିଷ୍ଟ

କୋଲକାତା,୧୬।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ମଙ୍ଗଳବାର ସକାଳେ ତାଙ୍କ ୱେବସାଇଟରେ ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରୁ...

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

୧୭୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୮ରେ ପହଞ୍ଚତ୍ଥିଲା।...

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

ଡାକ୍ତରଙ୍କ ମୁହଁରୁ ହିଜାବ ଟାଣିଦେଲେ ନୀତୀଶ କୁମାର, ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଲା ବିରୋଧୀ

ନୂଆଦିଲ୍ଲୀ,୧୫।୧୨: ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କିଛି ସପ୍ତାହ ପରେ, ନୀତୀଶ କୁମାର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳା...

ମହିଳାଙ୍କ ଉପରେ ସିପିଆଇ(ଏମ) ନେତାଙ୍କ ବିବାଦୀୟ ମନ୍ତବ୍ୟ: “ସ୍ଵାମୀଙ୍କ ସହ ଶୋଇବା ପାଇଁ ବିବାହ…”

ନୂଆଦିଲ୍ଲୀ,୧୫।୧୨: କେରଳର ମାଲାପୁରରେ ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ବିଜୟୀ ହୋଇଥିବା CPI(M)ର ଜଣେ ନେତା ବିଜୟ ଭାଷଣ ସମୟରେ ମହିଳାମାନଙ୍କୁ ନେଇ ଦେଇଥିବା ଅତ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri