ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ

ବ୍ରହ୍ମପୁର/ଗୋପାଳପୁର,୩ା୩(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବୈଷୟିକ ଶିକ୍ଷା ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ‘ଉଡାନ୍‌’ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ କ୍ଷୁଦ୍ର ବିମାନ ପ୍ରାଥମିକ ପର୍ଯ୍ୟାୟରେ ଉଡ଼ାଣ ହେବ। ଏଠାରୁ ୯ରୁ ୧୦ ସିଟ୍‌ ବିଶିଷ୍ଟ କ୍ଷୁଦ୍ର ନନ୍‌ସିଡ୍ୟୁଲ୍ଡ ବିମାନ ଚଳାଚଳ ହେବ। ଏହାସହ ସପ୍ତାହକୁ ଦୁଇଥର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ବିମାନ ଉଡ଼ାଣ ହେବ। ଶୁକ୍ରବାର ସଚିବ ପାଢ଼ୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ପଡ଼ିଆର ସମ୍ପ୍ରସାରଣ ଓ ଭିତ୍ତିଭୂମି ତଦାରଖ କରି ଫେରିଛନ୍ତି। ପୂର୍ବାହ୍ନରେ ବିମାନ ବନ୍ଦର ପରିଦର୍ଶନ କରିବା ସହ ନିକଟରେ ଥିବା କ୍ରିଉଶେଡ୍‌ରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ, ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣ ବିବେକ୍‌ ଏମ୍‌, ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ କେତେ କାମ ହୋଇଛି, କେଉଁ କେଉଁ କାମ ରହିଛି ସେ ନେଇ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଅଣଦେଖା କରିପାରିବ ନାହିଁ: ହାଇକୋର୍ଟ

ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ...

ଆମେରିକାରେ ଲାଗିବ ନିଆଁ! ଟ୍ରମ୍ପଙ୍କ ମୁହଁ ଉପରେ ଏଭଳି ଚେତାବନୀ ଦେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୧୯।୧୨: ଟ୍ରମ୍ପ ନିକଟରେ ଏକ ପଦକ୍ଷେପ ନେଇଛନ୍ତି ଯାହାକୁ ଶୁଣି ଚାଇନାର ନିଦ ହଜିଯାଇଛି। ହେଲେ ଏହାକୁ ନେଇ ଚୁପ୍‌ ବସିନି ଚାଇନା। ଏହାରି ଭିତରେ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍‌

ଭୁବନେଶ୍ୱର,୧୯ା୧୨: ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ଉଦ୍ଧାର ଓ ଟ୍ରାଙ୍କୁଲାଇଜ ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ଅସୁସ୍ଥ ଦନ୍ତା ବୁଲୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri