Categories: ଖେଳ

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଢୁଛି ଉତ୍ସାହ: ବିମାନ ଭଡା ୩୦୦% ବୃଦ୍ଧି, ୩ ହଜାର ଟିକେଟ୍‌ର ମୂଲ୍ୟ ହେଲା ୨୫ ହଜାର

ନୂଆଦିଲ୍ଲୀ,୧୭।୭: କ୍ରିକେଟ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖିବାକୁ ମିଳୁଛି। ଏଥି ସହିତ ଅହମ୍ମଦାବାଦ ଯାଉଥିବା ବିମାନର ମୂଲ୍ୟ ୧୪ ଅକ୍ଟୋବରରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଯଥେଷ୍ଟ ବୃଦ୍ଧି ପାଇଛି। ବାସ୍ତବରେ, ଏହି ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ହେତୁ ବିମାନ ଭଡା ପ୍ରାୟ ୩୦୦ ପ୍ରତିଶତ ବୃଦ୍ଧି ଘଟିଛି।

ଯଦି ଆପଣ ଅକ୍ଟୋବର ୧୪ ରୁ ଅକ୍ଟୋବର ୧୬ ମଧ୍ୟରେ ବିମାନ ଯୋଗେ ଅହମ୍ମଦାବାଦ ଯିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ପ୍ରାୟ ୩୦୦ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ତାରିଖଗୁଡିକରେ ମୁମ୍ବାଇରୁ ଅହମ୍ମଦାବାଦ ଯିବାକୁ ୨୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅନ୍ୟପକ୍ଷରେ ଯଦି ଆପଣ ଦିଲ୍ଲୀରୁ ଅହମ୍ମଦାବାଦ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୨୧,୦୦୦ ଟଙ୍କା ଦେବାକୁ ପଡିବ। ସେହିପରି ଅକ୍ଟୋବର ୧୪ରୁ ଅକ୍ଟୋବର ୧୬ମଧ୍ୟରେ କୋଲକାତା-ଅହମ୍ମଦାବାଦ ୪୨ହଜାର ଟଙ୍କା, ବାଙ୍ଗାଲୋର-ଅହମ୍ମଦାବାଦ ୧୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ଏହା ବ୍ୟତୀତ ହାଇଦ୍ରାବାଦ-ଅହମ୍ମଦାବାଦ ୩୫ ହଜାର ଟଙ୍କା, ଚେନ୍ନାଇ-ଅହମ୍ମଦାବାଦ ୪୫ ହଜାର ଟଙ୍କା, ଚଣ୍ଡିଗଡ଼-ଅହମ୍ମଦାବାଦ ୨୪,୦୦୦ ଟଙ୍କା ଦେବାକୁ ପଡିବ। ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୫ଅକ୍ଟୋବରରେ ଖେଳାଯିବ। ତେବେ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ।

Share