Posted inଜାତୀୟ

ଉଡାନ୍‌ ଯୋଜନା ବିଫଳ

ନୂଆଦିଲ୍ଲୀ, ୨୦।୮: ଦେଶର ବିଭିନ୍ନ ଅଞ୍ଚଳକୁ ବିମାନ ସେବା ଯୋଗାଇଦେବା ଲାଗି ଉଡାନ୍‌ (ଉଡେ ଦେଶ କା ଆମ୍‌ ନାଗରିକ) ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। କେନ୍ଦ୍ରର ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ୯୩ ପ୍ରତିଶତ ରୁଟ୍‌ରେ କାମ କରୁ ନ ଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। ୨୦୧୬ ଅକ୍ଟୋବର ୨୧ରେ ଉଡାନ୍‌ ଯୋଜନା ଆରମ୍ଭ ହୋଇଥିଲା। ଟାୟାର-୨ ଏବଂ ଟାୟାର-୩ ମହାନଗର ଓ ସହରଗୁଡ଼ିକୁ ଆକାଶପଥରେ ସଂଯୋଗ କରିବା ସହ ସାଧାରଣ ନାଗରିକଙ୍କୁ ସ୍ବଳ୍ପ ମୂଲ୍ୟରେ ଏହି ସେବା ଉପଲବ୍ଧ କରାଇବା ଉକ୍ତ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସ୍ଲିପର ପିନ୍ଧୁଥିବା ଲୋକେ ବିମାନରେ ଉଡ଼ିବେ ବୋଲି ମୋଦି ସରକାର ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ, ଯାହା ଅନ୍ୟ ପ୍ରତିଶ୍ରୁତି ଭଳି ପୂରଣ ହୋଇପାରି ନାହିଁ। ଏପରିକି ଏୟାରଲାଇନ୍ସଗୁଡ଼ିକର ନିରପେକ୍ଷ ଅଡିଟ୍‌ କରାଯାଇ ନାହିଁ। ବହୁ ପ୍ରଚାରିତ ହେଲିକପ୍ଟର ସେବା ବନ୍ଦ ରହିଛି।
ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ)ଙ୍କ ରିପୋର୍ଟରୁ ଉଡାନ ଯୋଜନାର ବିଫଳତା ଜଣାପଡ଼ିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାରଙ୍କ ଆଉ ଏକ ମିଥ୍ୟା ପ୍ରତିଶ୍ରୁତି ଓ ଜୁମ୍‌ଲା ପଦାରେ ପଡ଼ିଥିବା ସେ କହିଛନ୍ତି। ଦେଶବାସୀ ଉଡାନ୍‌ ପରିବର୍ତ୍ତେ ମିଥ୍ୟା ଓ ଜୁମଲା ପାଇଛନ୍ତି। ପ୍ରତିଶ୍ରୁତି ପୂରଣ କରିପାରୁ ନ ଥିବା ବର୍ତ୍ତମାନର ଅକ୍ଷମ ସରକାରଙ୍କୁ ଦେଶବାସୀ କଦାପି କ୍ଷମା ଦେବେ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।
ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସମୟରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା। ଏଥିରୁ କେବଳ ଉଡାନ୍‌ ବିଫଳତା ସାମ୍‌ନାକୁ ଆସିନାହିଁ, ଭାଜପା ନେତୃତ୍ୱାଧୀନ ସରକାରରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ବ୍ୟାପକ ଦୁର୍ନୀତି ହୋଇଥିବା ରିପୋର୍ଟ ଦର୍ଶାଇଛି। ଭାରତମାଳା ପରିଯୋଜନା ଫେଜ୍‌-୧ ଅଧୀନରେ ଜାତୀୟ ରାଜପଥ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଟେଣ୍ଡର ପ୍ରକ୍ରିୟାରେ ନିୟମର ଉଲ୍ଲଂଘନ କରାଯାଇ ଟେଣ୍ଡର କିମ୍ବା ବିଡ୍‌ ସର୍ତ୍ତାବଳୀ ପୂରଣ କରୁ ନ ଥିବା ବିଫଳ ବିଡରମାନଙ୍କୁ ଜାଲ୍‌ ଦସ୍ତାବିଜ୍‌ ଆଧାରରେ ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ଚୟନ କରାଯାଇ କାମ ଦିଆଯାଇଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। ଦ୍ୱାରକା ଏକ୍ସପ୍ରେସ୍‌ଓ୍ବେ ପ୍ରୋଜେକ୍ଟରେ ଅଟକଳଠାରୁ ବହୁ ଅଧିକ ଅର୍ଥ ବ୍ୟୟ ହୋଇଛି। ଏକ୍ସପ୍ରେସ୍‌ ଓ୍ବେ ନିର୍ମାଣ ଲାଗି କିଲୋମିଟର ପିଛା ୧୮.୨୦ କୋଟି ଟଙ୍କା ବ୍ୟୟକୁ ଆର୍ଥତ୍କ ବ୍ୟାପାର କ୍ୟାବିନେଟ କମିଟି ଅନୁମୋଦନ କରିଥିବାବେଳେ ହରିୟାଣାରେ ଏକ କ୍ୟାରେଜଓ୍ବେ ନିର୍ମାଣ ଲାଗି ଏନ୍‌ଏଚ୍‌ଏଆଇର ନିଷ୍ପତ୍ତି ଯୋଗୁ କିଲୋମିଟର ପିଛା ଖର୍ଚ୍ଚ ୧୫୦.୭୭ କୋଟି ଟଙ୍କାକୁ ବଢ଼ିଯାଇଥିଲା। ସେହିପରି ଦିଲ୍ଲୀ ବଡୋଦରା ଏକ୍ସପ୍ରେସ୍‌ଓ୍ବେ ପାଇଁ ଏନ୍‌ଏଚ୍‌ଏଆଇ ବୋର୍ଡ ୩୨,୮୩୯ କୋଟି ଟଙ୍କା ମଞ୍ଜୁର କରିଥିଲା ଯାହା ଭାରତମାଳା-୧ ପରିଯୋଜନା ପାଇଁ କ୍ୟାବିନେଟ କମିଟିର ଅନୁମୋଦନ ପାଇ ନ ଥିଲା ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି।
ସେହିପରି ବିନା ମଞ୍ଜୁରୀରେ ରେଳ ମନ୍ତ୍ରଣାଳୟ ସରକାରୀ ପାଣ୍ଠି ବିନିଯୋଗ କରିଥିବା ଅଡିଟ୍‌ରୁ ଜଣାପଡ଼ିଥିଲା। ୨୦୨୧-୨୨ ଆର୍ଥତ୍କ ବର୍ଷରେ ମନ୍ତ୍ରଣାଳୟ ୧,୯୩୭ଟି ଘଟଣାରେ ମୋଟ ୨୩,୮୮୫.୪୭ କୋଟି ଟଙ୍କା ବିନା ମଞ୍ଜୁରୀରେ ବ୍ୟୟ କରିଛି। ସେହିପରି ୨୦୨୦-୨୧ ଆର୍ଥତ୍କ
ରେଲଓ୍ବେ ୨,୭୭୫ଟି ମାମଲାରେ ୮,୧୨୭.୯୭ କୋଟି ଟଙ୍କା ବିନା ମଞ୍ଜୁରୀରେ ବ୍ୟୟ କରିଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। ୨୦୧୮-୧୯ରୁ ୨୦୨୦-୨୧ ପର୍ଯ୍ୟନ୍ତ ସିଏଜି ରିପୋର୍ଟରେ ଅନୁରୂପ ତ୍ରୁଟି ଦର୍ଶାଯାଇଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହାକୁ ନେଇ ବିରୋଧୀ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିବା ସହ ଦୁର୍ନୀତି ପାଇଁ ପ୍ରଧାନମନ୍ତ୍ରୀ ଉତ୍ତରଦାୟୀ ହେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri