Categories: ଜାତୀୟ

କରୋନା ନୂଆ ଷ୍ଟ୍ରେନ୍ ମଧ୍ୟରେ ୨୫୬ ଯାତ୍ରୀଙ୍କୁ ନେଇ ବ୍ରିଟେନରୁ ଭାରତ ପହଞ୍ଚିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୮ ।୧: ବ୍ରିଟେନରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଏବେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ବ୍ରିଟେନ ସରକାର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି । ହେଲେ ଏହାରି ଭିତରେ ଭାରତ ସରକାର ବ୍ରିଟେନ ବିମାନସେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଶୁକ୍ରବାର ଏୟାର ଇଣ୍ଡିଆର ପ୍ରଥମ ବିମାନ ବ୍ରିଟେରୁ ଆସି ଦିଲ୍ଲୀରେ ପହଞ୍ଚିଛି । ଏହା ପହଞ୍ଚିବା ପରେ ଦେଶବାସୀଙ୍କ ଚିନ୍ତା ବଢି ଯାଇଛି । ଏଥିରେ ୨୫୬ ଯାତ୍ରୀ ଭାରତ ଫେରିଛନ୍ତି । ବ୍ରିଟେନରୁ ଭାରତ ଆସିବାକୁ ଥିବା ବିମାନ ଉପରେ ଯେଉଁ ପ୍ରତିବନ୍ଧକ ଲଗାଯାଇଥିଲା ତାହା ଶୁକ୍ରବାର ଶେଷ ହେଉଥିବା ବେଳେ ୬ ଜାନୁୟାରୀରୁ ଭାରତରୁ ବ୍ରିଟେନ ଯାଉଥିବା ବିମାନ ସେବା ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା । ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ଭାରତ ସରକାର ୨୩ ଡିସେମ୍ବରରୁ ବ୍ରିଟେନ ବିମାନ ସେବାକୁ ବନ୍ଦ କରି ଦେଇଥିଲେ । ପ୍ରଥମେ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଥିବା ବେଳେ ପରେ ଏହି ସେବାକୁ ବୃଦ୍ଧି କରି ଜାନୁୟାରୀ ୭ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା ।

Share