Posted inଫୁରସତ

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ସଫଳ ଘୁଷୁରି ଚାଷୀ

ଶାଙ୍ଘାଇ: ଚାଇନାର ୨୭ ବର୍ଷୀୟା ପୂର୍ବତନ ବିମାନ କର୍ମଚାରୀ ୟାଙ୍ଗ୍‌ ୟାଙ୍ଗ୍‌ସି ସମ୍ପ୍ରତି ବିମାନ ସେବା ଛାଡି କୃଷି ଜଗତରେ ପାଦ ଥାପିଛନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବା ପରେ ସେ ମାତ୍ର ୨ ମାସ ମଧ୍ୟରେ ପ୍ରାୟ ୨୨.୮ ଲକ୍ଷ ଟଙ୍କା (୨ ଲକ୍ଷ ୟୁଆନ୍‌) ରୋଜଗାର କରି ସମସ୍ତଙ୍କୁ ଚକିତ କରିଛନ୍ତି।
ପ୍ରଦେଶର ଏକ ଗ୍ରାମୀଣ ପରିବାରରେ ଜନ୍ମିତ ୟାଙ୍ଗ୍‌, ଶାଂଘାଇର ଏକ ଏୟାରଲାଇନ୍ସରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବରେ ୫ ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ବିଭିନ୍ନ ବିପରୀତ ପରିସ୍ଥିତି ଯୋଗୁ ୟାଙ୍ଗ୍‌ଙ୍କର ଦରମା ପ୍ରାୟ ୩୨ ହଜାର ଟଙ୍କା (୨୮୦୦ ୟୁଆନ୍‌)କୁ ଖସି ଆସିଥିଲା। ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବାରୁ ସେ ଅଧିକାଂଶ ସମୟ ନିଜ ମା’ବାପାଙ୍କ ପାଖରେ ରହିପାରୁ ନ ଥିଲେ। ସେ ବିଶେଷ ଦରମା ମଧ୍ୟ ପାଉ ନ ଥିବାରୁ ତାଙ୍କୁ ଅନେକ ସମୟରେ ବାପା ଓ ମା’ଙ୍କଠାରୁ ଆର୍ଥିକ ସହାୟତା ନେବାକୁ ପଡ଼ୁଥିଲା। ତେବେ ତାଙ୍କ ଆବଶ୍ୟକତାକୁ ପୂରା କରିବା ପାଇଁ, ବାପା ଓ ମା’ ଋଣ ନେଇ ତାଙ୍କୁ ଅର୍ଥ ପଠାଇଥିଲେ ବୋଲି ୟାଙ୍ଗ୍‌ ଜାଣିବାକୁ ପାଇଥିଲେ। ଏହା ତାଙ୍କୁ ବେଶ୍‌ ଦୁଃଖ ଦେଇଥିଲା। ୨୦୨୨ ଅକ୍ଟୋବରରେ ମା’ଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ୟାଙ୍ଗ୍‌ ଚାକିରି ଛାଡ଼ି ଘରେ ରହି ମା’ଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ।
ଏପ୍ରିଲ୍‌ ସୁଦ୍ଧା ୟାଙ୍ଗ୍‌ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘୁଷୁରି ଫାର୍ମକୁ ସମ୍ଭାଳିବା ଆରମ୍ଭ କରିଦେଇଥିଲେ। ସେ ଘୁଷୁରି ଫାର୍ମରେ ନିଜ ଅନୁଭୂତିକୁ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରନ୍ତି। ୟାଙ୍ଗ୍‌ ଘୁଷୁରିଙ୍କ ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ସେମାନଙ୍କର ଯତ୍ନ ନେଉଥିବା ଆଦି ନିଜ ଭିଡିଓରେ ଶେୟାର କରିଥାନ୍ତି। ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଅପେକ୍ଷା ଘୁଷୁରି ଚାଷରେ ବେଶୀ ଶାରୀରିକ ପରିଶ୍ରମ ଆବଶ୍ୟକ ବୋଲି ୟାଙ୍ଗ୍‌ କହିଛନ୍ତି। ନିଜ ପରିବାରର ଉନ୍ନତି ପାଇଁ ୟାଙ୍ଗ୍‌ ପ୍ରତିଦିନ ଘୁଷୁରି ଚାଷରେ ନିଜକୁ ଉତ୍ସର୍ଗ କରନ୍ତି ଓ କୁହନ୍ତି, ଏହି କାର୍ଯ୍ୟ କରି ସେ ଖୁବ୍‌ ଖୁସି ଅଛନ୍ତି। ଏବେ ସେ ତାଙ୍କ ଅଭିଭାବକଙ୍କ ସହ ରହି ପାରୁଛନ୍ତି। ଘୁଷୁରି ଚାଷ, ପଶୁପାଳନ ବିକ୍ରୟ ଓ ସୋସିଆଲ ମିଡିଆ ପରିଚାଳନାରେ ୟାଙ୍ଗ୍‌ ନିଜର ନିରନ୍ତର ଉଦ୍ୟମ ଯୋଗୁ ଗତ ୨ ମାସ ମଧ୍ୟରେ ୨୨.୮ ଲକ୍ଷ (୨ ଲକ୍ଷ ୟୁଆନ୍‌)ରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ସେ ନିଜର ଏହି ଚାଷକୁ ସମ୍ପ୍ରସାରଣ କରିବା ସହ ନିଜର ଏକ ସ୍ବତନ୍ତ୍ର ଷ୍ଟୋର ଖୋଲିବା ପାଇଁ ଯୋଜନା ରଖିଛନ୍ତି। ସେହିପରି ଭବିଷ୍ୟତରେ ଏକ ହୋଟେଲ ମଧ୍ୟ ପ୍ରତିଷ୍ଠା କରିବାକୁ ୟାଙ୍ଗ୍‌ଙ୍କର ଇଚ୍ଛା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri