Posted inଫୁରସତ

ବିମାନରେ ସ୍ପିକର ଦେଇ ଗୀତ ଗାଇଲେ ଏୟାରହୋଷ୍ଟେସ୍‌, ଯାତ୍ରୀ କହିଲେ…

ସାଧାରଣତଃ ବିମାନ ଯାତ୍ରା ବହୁ ଶାନ୍ତିଦାୟକ ବୋଲି କୁହାଯାଏ। ବସ୍‌ କିମ୍ବା ଟ୍ରେନରେ ଯାତ୍ରା କରିବା ସମୟରେ ଅଧିକ କୋଳାହଳ ଶୁଣିବାକୁ ମିଳିଥାଏ। ବସ୍‌ ଏବଂ ଟ୍ରେନ୍‌ରେ ଅନେକ ପ୍ରକାରର ଲୋକ ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ବିମାନରେ ଏସବୁ ଦେଖିବାକୁ ମିଳେନାହିଁ। ଏଥିରେ ଯାତ୍ରା କରିବା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ। ମାତ୍ର ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ବିମାନରେ ଜଣେ ଏୟାରହୋଷ୍ଟେସ୍‌ ସ୍ପିକର ଦେଇ ଖୁବ୍‌ ଜୋର୍‌ରେ ଗୀତ ଗାଉଛନ୍ତି। ଫଳରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ ସହ ହୋ-ହଲ୍ଲା କରୁଛନ୍ତି।

ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସର ଏକ ବିମାନରେ ଏପରି ଘଟଣା ଘଟିଛି। ସକାଳ ୬ଟାରେ ସ୍ପିକରରେ ଏକ ଗୀତ ଗାଇ ଏୟାରହୋଷ୍ଟେସ୍‌ ଯାତ୍ରୀମାନଙ୍କ ନିଦ ଭାଙ୍ଗି ଦେଇଥିଲେ। ଯଦିଓ ଏୟାରହୋଷ୍ଟେସ ଆଶା କରିଥିଲେ ଯେ, ଲୋକମାନେ ତାଙ୍କ ଏହି ଗୀତକୁ ପସନ୍ଦ କରିବେ, କିନ୍ତୁ ଏହା ଠିକ୍‌ ବିପରୀତ ହେଲା।

ଲୋକେ ଖୁସି ହେବା ପରିବର୍ତ୍ତେ କ୍ରୋଧିତ ଉଠିଲେ। ବିମାନ କର୍ମଚାରୀ ହଟ୍‌ନି ହ୍ୟୁଷ୍ଟନ ସକାଳେ ସ୍ପିକରରେ ଗୀତ ଗାଇଥିଲେ। ସେ ଭାବିଥିଲେ ଲୋକମାନେ ସକାଳୁ ଉଠିବା ପାଇଁ ଏହି ଉପାୟକୁ ପସନ୍ଦ କରିବେ। ମାତ୍ର ତାଙ୍କର ବେସୁରା ସ୍ବର ଶୁଣି ଅନେକ ଲୋକ ରାଗି ଯାଇଥିଲେ।

କେହି ଜଣେ ଯାତ୍ରୀ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଭିଡିଓରେ କ୍ୟାପଶନ ଲେଖାଯାଇଛି, ଯେତେବେଳେ ସକାଳ ୬ଟାରେ ବିମାନ କର୍ମଚାରୀ ଏପରି କରିବାକୁ ନିଷ୍ପତ୍ତି ନିଅନ୍ତି। ଅନେକ ଲୋକ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ବିମାନ କର୍ମଚାରୀ ସ୍ବରରେ ମାଧୁର୍ଯ୍ୟ ନାହିଁ। ଅନେକ ଲୋକ ଲେଖିଛନ୍ତି, ଏହା ଶୁଣିବା ଅପେକ୍ଷା ବିମାନରୁ ଡେଇଁ ପଡ଼ିବା ଭଲ। ଅଧିକାଂଶ ଏହାକୁ ବିରୋଧ କରି ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri