ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା ରୁପେ ନେଟୱର୍କ ଉପରେ ଆଧାରିତ ଏବଂ ସମ୍ପୂର୍ଣ୍ଣ ରୂପେ ଗୁଗଲ ପେ’ ଆପ ଭିତରେ ଇଣ୍ଟିଗ୍ରେଟେଡ। ଏହି ବ୍ରାଣ୍ଡ ଅଧୀନରେ ପ୍ରଥମ ପ୍ରଡକ୍ଟ ‘ଗୁଗଲ ପେ’ ଫ୍ଲେକ୍ସ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ’ ଆକ୍ସିସ ବ୍ୟାଙ୍କ ସହିତ ଭାଗୀଦାରୀରେ ଲଞ୍ଚ ହୋଇଛି ଏବଂ ଏହା ସିଧା ଗୁଗଲ ପେ ଆପ୍‌ରୁ ଉପଲବ୍ଧ ହେବ।
Flex by Google Pay: କ’ଣ ଅଛି ବିଶେଷ?
ଗୁଗଲ୍‌ର ବ୍ଲଗ ପୋଷ୍ଟରେ କୁହାଯାଇଛି ଯେ ଭାରତରେ ବର୍ତ୍ତମାନ କେବଳ ପ୍ରାୟ ୫ କୋଟି କ୍ରେଡିଟ କାର୍ଡ ବ୍ୟବହାରକାରୀ ଅଛନ୍ତି। ଏହି ଅଭାବକୁ ଦୂର କରିବା ପାଇଁ ଫ୍ଲେକ୍ସ ବାଇ ଗୁଗଲ ପେ’କୁ ଡିଜାଇନ କରାଯାଇଛି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକଙ୍କୁ ସହଜ ଏବଂ ଡିଜିଟାଲ ଉପାୟରେ କ୍ରେଡିଟ ପ୍ରାପ୍ତି ମିଳିପାରିବ।
ସରଳ ଭାଷାରେ କହିବାକୁ ଗଲେ ଫ୍ଲେକ୍ସ ଏକ UPI-ପାୱାର୍ଡ, ଡିଜିଟାଲ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ, ଯାହା ସମ୍ପୂର୍ଣ୍ଣ ଗୁଗଲ ପେ’ ଆପ ଭିତରେ ରହିଥାଏ। ବ୍ୟବହାରକାରୀମାନେ ଆପ ଭିତରେ କେବଳ କିଛି ମିନିଟ୍‌ରେ କାର୍ଡ ପାଇଁ ଆବେଦନ କରିପାରିବେ। ଏଥିରେ କୌଣସି ଫିଜିକାଲ ଡକ୍ୟୁମେଣ୍ଟ କିମ୍ବା କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ। ଅନୁମୋଦନ ମିଳିଲେ ତୁରନ୍ତ କାର୍ଡ ବ୍ୟବହାର ଆରମ୍ଭ କରାଯାଇପାରିବ।
ରୁପେ ନେଟୱର୍କ ଉପରେ ଆଧାରିତ ହେବାରୁ ଫ୍ଲେକ୍ସ କାର୍ଡରୁ କରାଯାଇଥିବା ପେମେଣ୍ଟଗୁଡ଼ିକୁ ସାଧାରଣ UPI ଟ୍ରାଞ୍ଜାକ୍ସନ ପରି ସ୍ବୀକୃତି ମିଳିବ। ଅର୍ଥାତ ବ୍ୟବହାରକାରୀମାନେ ଏହାକୁ ଅନଲାଇନ୍‌ ଏବଂ ଅଫଲାଇନ୍‌, ଲକ୍ଷ ଲକ୍ଷ ରୁପେ ସ୍ବୀକାର କରୁଥିବା ମର୍ଚାଣ୍ଟମାନଙ୍କ ପାଖରେ ସହଜରେ ବ୍ୟବହାର କରିପାରିବେ।
ରିୱାଡର୍‌ସ ଏବଂ ସହଜ ରିପେମେଣ୍ଟ
ଗୁଗଲ ପେ’ ଏବଂ ଆକ୍ସିସ ବ୍ୟାଙ୍କ ଏହି କାର୍ଡ ସହିତ ଏକ ରିୱାର୍ଡ ସିଷ୍ଟମ ମଧ୍ୟ ଦେଉଛନ୍ତି। ପ୍ରତ୍ୟେକ ଟ୍ରାଞ୍ଜାକ୍ସନ୍‌ରେ ବ୍ୟବହାରକାରୀଙ୍କୁ ଷ୍ଟାର୍ସ ମିଳିବ। ପ୍ରତ୍ୟେକ ଷ୍ଟାର୍‌ର ମୂଲ୍ୟ ୧ ଟଙ୍କା ସମାନ। ଏହି ଷ୍ଟାର୍ସଗୁଡ଼ିକୁ କୌଣସି ପରବର୍ତ୍ତୀ ଟ୍ରାଞ୍ଜାକ୍ସନ୍‌ରେ ତୁରନ୍ତ ରିଡିମ କରାଯାଇପାରିବ। ଏହା ବ୍ୟତୀତ ପାରମ୍ପରିକ କ୍ରେଡିଟ କାର୍ଡ ପରି ଏଥିରେ ମଧ୍ୟ ଫ୍ଲେକ୍ସିବଲ ରିପେମେଣ୍ଟ ଅପ୍ସନ ମିଳିବ। ବ୍ୟବହାରକାରୀମାନେ ଇଚ୍ଛା କଲେ ପୂରା ବିଲ ଏକାଥରେ ଦେଇପାରିବେ କିମ୍ବା ତାହାକୁ EMIରେ ପରିବର୍ତ୍ତନ କରିପାରିବେ।
ଆପ ଭିତରେ ପୂରା ନିୟନ୍ତ୍ରଣ

ଫ୍ଲେକ୍ସ ବାଇ ଗୁଗଲ ପେ କାର୍ଡ ସହିତ ବ୍ୟବହାରକାରୀମାନଙ୍କୁ ଅନେକ ଇନ-ଆପ କଣ୍ଟ୍ରୋଲ୍ସ ମିଳିବ, ଯେମିତି  ଟ୍ରାଞ୍ଜାକ୍ସନ ଲିମିଟ୍‌ ସେଟ୍‌ କରିବା, କାର୍ଡକୁ ବ୍ଲକ୍‌ କିମ୍ବା ଆନ ବ୍ଲକ୍‌ କରିବା, PIN ରିସେଟ କରିବା ଆଦି। ଫ୍ଲେକ୍ସ ବାଇ ଗୁଗଲ ପେ’ର ଆରମ୍ଭ ହୋଇସାରିଛି। କମ୍ପାନୀ କହିଛି ଯେ ଆଗାମୀ ମାସଗୁଡ଼ିକରେ ଏହାକୁ ଅଧିକରୁ ଅଧିକ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯିବ। ଏହି ନୂଆ କାର୍ଡ ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ଏବଂ କ୍ରେଡିଟ୍‌କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri