ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା ରୁପେ ନେଟୱର୍କ ଉପରେ ଆଧାରିତ ଏବଂ ସମ୍ପୂର୍ଣ୍ଣ ରୂପେ ଗୁଗଲ ପେ’ ଆପ ଭିତରେ ଇଣ୍ଟିଗ୍ରେଟେଡ। ଏହି ବ୍ରାଣ୍ଡ ଅଧୀନରେ ପ୍ରଥମ ପ୍ରଡକ୍ଟ ‘ଗୁଗଲ ପେ’ ଫ୍ଲେକ୍ସ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ’ ଆକ୍ସିସ ବ୍ୟାଙ୍କ ସହିତ ଭାଗୀଦାରୀରେ ଲଞ୍ଚ ହୋଇଛି ଏବଂ ଏହା ସିଧା ଗୁଗଲ ପେ ଆପ୍‌ରୁ ଉପଲବ୍ଧ ହେବ।
Flex by Google Pay: କ’ଣ ଅଛି ବିଶେଷ?
ଗୁଗଲ୍‌ର ବ୍ଲଗ ପୋଷ୍ଟରେ କୁହାଯାଇଛି ଯେ ଭାରତରେ ବର୍ତ୍ତମାନ କେବଳ ପ୍ରାୟ ୫ କୋଟି କ୍ରେଡିଟ କାର୍ଡ ବ୍ୟବହାରକାରୀ ଅଛନ୍ତି। ଏହି ଅଭାବକୁ ଦୂର କରିବା ପାଇଁ ଫ୍ଲେକ୍ସ ବାଇ ଗୁଗଲ ପେ’କୁ ଡିଜାଇନ କରାଯାଇଛି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକଙ୍କୁ ସହଜ ଏବଂ ଡିଜିଟାଲ ଉପାୟରେ କ୍ରେଡିଟ ପ୍ରାପ୍ତି ମିଳିପାରିବ।
ସରଳ ଭାଷାରେ କହିବାକୁ ଗଲେ ଫ୍ଲେକ୍ସ ଏକ UPI-ପାୱାର୍ଡ, ଡିଜିଟାଲ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ, ଯାହା ସମ୍ପୂର୍ଣ୍ଣ ଗୁଗଲ ପେ’ ଆପ ଭିତରେ ରହିଥାଏ। ବ୍ୟବହାରକାରୀମାନେ ଆପ ଭିତରେ କେବଳ କିଛି ମିନିଟ୍‌ରେ କାର୍ଡ ପାଇଁ ଆବେଦନ କରିପାରିବେ। ଏଥିରେ କୌଣସି ଫିଜିକାଲ ଡକ୍ୟୁମେଣ୍ଟ କିମ୍ବା କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ। ଅନୁମୋଦନ ମିଳିଲେ ତୁରନ୍ତ କାର୍ଡ ବ୍ୟବହାର ଆରମ୍ଭ କରାଯାଇପାରିବ।
ରୁପେ ନେଟୱର୍କ ଉପରେ ଆଧାରିତ ହେବାରୁ ଫ୍ଲେକ୍ସ କାର୍ଡରୁ କରାଯାଇଥିବା ପେମେଣ୍ଟଗୁଡ଼ିକୁ ସାଧାରଣ UPI ଟ୍ରାଞ୍ଜାକ୍ସନ ପରି ସ୍ବୀକୃତି ମିଳିବ। ଅର୍ଥାତ ବ୍ୟବହାରକାରୀମାନେ ଏହାକୁ ଅନଲାଇନ୍‌ ଏବଂ ଅଫଲାଇନ୍‌, ଲକ୍ଷ ଲକ୍ଷ ରୁପେ ସ୍ବୀକାର କରୁଥିବା ମର୍ଚାଣ୍ଟମାନଙ୍କ ପାଖରେ ସହଜରେ ବ୍ୟବହାର କରିପାରିବେ।
ରିୱାଡର୍‌ସ ଏବଂ ସହଜ ରିପେମେଣ୍ଟ
ଗୁଗଲ ପେ’ ଏବଂ ଆକ୍ସିସ ବ୍ୟାଙ୍କ ଏହି କାର୍ଡ ସହିତ ଏକ ରିୱାର୍ଡ ସିଷ୍ଟମ ମଧ୍ୟ ଦେଉଛନ୍ତି। ପ୍ରତ୍ୟେକ ଟ୍ରାଞ୍ଜାକ୍ସନ୍‌ରେ ବ୍ୟବହାରକାରୀଙ୍କୁ ଷ୍ଟାର୍ସ ମିଳିବ। ପ୍ରତ୍ୟେକ ଷ୍ଟାର୍‌ର ମୂଲ୍ୟ ୧ ଟଙ୍କା ସମାନ। ଏହି ଷ୍ଟାର୍ସଗୁଡ଼ିକୁ କୌଣସି ପରବର୍ତ୍ତୀ ଟ୍ରାଞ୍ଜାକ୍ସନ୍‌ରେ ତୁରନ୍ତ ରିଡିମ କରାଯାଇପାରିବ। ଏହା ବ୍ୟତୀତ ପାରମ୍ପରିକ କ୍ରେଡିଟ କାର୍ଡ ପରି ଏଥିରେ ମଧ୍ୟ ଫ୍ଲେକ୍ସିବଲ ରିପେମେଣ୍ଟ ଅପ୍ସନ ମିଳିବ। ବ୍ୟବହାରକାରୀମାନେ ଇଚ୍ଛା କଲେ ପୂରା ବିଲ ଏକାଥରେ ଦେଇପାରିବେ କିମ୍ବା ତାହାକୁ EMIରେ ପରିବର୍ତ୍ତନ କରିପାରିବେ।
ଆପ ଭିତରେ ପୂରା ନିୟନ୍ତ୍ରଣ

ଫ୍ଲେକ୍ସ ବାଇ ଗୁଗଲ ପେ କାର୍ଡ ସହିତ ବ୍ୟବହାରକାରୀମାନଙ୍କୁ ଅନେକ ଇନ-ଆପ କଣ୍ଟ୍ରୋଲ୍ସ ମିଳିବ, ଯେମିତି  ଟ୍ରାଞ୍ଜାକ୍ସନ ଲିମିଟ୍‌ ସେଟ୍‌ କରିବା, କାର୍ଡକୁ ବ୍ଲକ୍‌ କିମ୍ବା ଆନ ବ୍ଲକ୍‌ କରିବା, PIN ରିସେଟ କରିବା ଆଦି। ଫ୍ଲେକ୍ସ ବାଇ ଗୁଗଲ ପେ’ର ଆରମ୍ଭ ହୋଇସାରିଛି। କମ୍ପାନୀ କହିଛି ଯେ ଆଗାମୀ ମାସଗୁଡ଼ିକରେ ଏହାକୁ ଅଧିକରୁ ଅଧିକ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯିବ। ଏହି ନୂଆ କାର୍ଡ ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ଏବଂ କ୍ରେଡିଟ୍‌କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri