ୟୁକ୍ରେନ୍‌ରୁ କ୍ୟାଶ୍‌ ନେଇ ପଳାଉଥିଲେ

ବୁଦାପେଷ୍ଟ, ୨୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ପ୍ରାୟ ୨୮ ମିଲିୟନ ଡଲାର ଏବଂ ୧.୩ ମିଲିୟନ ୟୁରୋ ନେଇ ପଳାଉଥିବାବେଳେ ହଙ୍ଗେରୀ ସୀମାରେ ଧରା ପଡ଼ିଛନ୍ତି ପୂର୍ବତନ ଏମ୍‌ପି କୋତ୍‌ଭିତ୍‌ସ୍କିଙ୍କ ସ୍ତ୍ରୀ। ସେ ୟୁକ୍ରେନ୍‌ ଛାଡ଼ି ଜାକରପଟିଆ ପ୍ରଦେଶ ଦେଇ ହଙ୍ଗେରୀରେ ପ୍ରବେଶ କଲାବେଳେ ସେଠାରେ ତାଙ୍କୁ ସୀମା ସୁରକ୍ଷା ବଳ ଅଟକାଇଥିଲେ। ତାଙ୍କ ହାତରେ ଥିବା ସୁଟ୍‌କେସ୍‌ ଖୋଲିବା ପରେ ସେଥିରେ ବିପୁଳ ଟଙ୍କା ଥିବା ଦେଖାଯାଇଥିଲା। ପରେ ସେଥିରେ ଥିବା ଅର୍ଥର ପରିମାଣ ସମ୍ପୃକ୍ତ ଏମ୍‌ପିଙ୍କ ସ୍ତ୍ରୀ ଜଣାଇଥିଲେ। ଏହି ଘଟଣାକୁ ନେଇ ଅନେକେ ତାଙ୍କୁ ସମାଲୋଚନା କରିଛନ୍ତି।

Share