ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ଗଞ୍ଜାମ,୩୦ା୧(ଡି.ଏନ୍‌.ଏ.): ଆସନ୍ତା ଫେବୃୟାରୀ ୨୦ରେ ଗଞ୍ଜାମ ବ୍ଲକରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଗଞ୍ଜାମ ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଆରମ୍ଭ ହୋଇଛି l କେମିତି ଶାନ୍ତି ଶୃଙ୍ଖଳା, ଅବାଧରେ ଭୋଟରମାନେ ନିଜର ମତଦାନ କରି ପାରିବେ ସେଥିପାଇଁ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ କାଇଁଚପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଫ୍ଲାଗମାର୍ଚ୍ଚ କରିଛି ଗଞ୍ଜାମ ଥାନା ପୋଲିସ l ବିଭିନ୍ନ ମାମଲାରେ ଜଡ଼ିତ ଅପରାଧୀ ଓ ଅସାମାଜିକଙ୍କ ପ୍ରତି କଡ଼ା ନଜର ରଖାଯାଇଥିବା ଆଇଆଇସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ସେହିପରି ରମ୍ଭା ଅଞ୍ଚଳରେ ମଧ୍ୟ ରମ୍ଭା ଥାନା ଆଇଆଇସି ଦିପ୍ତୀରଞ୍ଜନ ବେହେରା ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ମିଶି ବିଭିନ୍ନ ଗ୍ରାମରେ ପ୍ରହରା ଦେଇଛନ୍ତି।