ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କ ମାଉସୀ ମା’ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି । ବଜ୍ରପାତରେ ମନ୍ଦିରର ଅନେକ ଅଂଶ ଭାଙ୍ଗି ଯାଇ ଥିବାବେଳେ ଦଧିନଉତି ଉପରେ ଲାଗିଥିବା ଧ୍ୱଜା ଜଳି ଯାଇଛି । ଭକ୍ତମାନଙ୍କୁ ଏହା ବ୍ୟଥିତ କରିଛି।ଏହାକ ଅଶୁଭ ସଂକେତ ବୋଲି ଭକ୍ତମାନେ କହୁଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ କ୍ଷତିଗ୍ରସ୍ତ ଅଂଶ ଦେଖିବାକୁ ଦେଖିବାକୁ ଅନେକ ଅଞ୍ଚଳରୁ ଭକ୍ତମାନେ ମାଉସୀ ମା’ ମନ୍ଦିରକୁ ଧାଇଁ ଆସିଥିଲେ ।